ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଅଙ୍ଗୁର, କୋଲେଷ୍ଟରଲ୍‌ କଣ୍ଟ୍ରୋଲ କରିବା ସହ…

ଅଙ୍ଗୁରରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ସଂକ୍ରମଣ ବା ଇନଫେକ୍‌ଶନ ଆଶଙ୍କାକୁ କେତେକାଂଶରେ ଦୂର କରିପାରେ ବୋଲି ଜଣାପଡ଼ିଛି। ଏଭଳି ବିଷୟ ଉପରେ ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସମୟରେ ସଂକ୍ରମଣ ସମସ୍ୟା ଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ସେମାନଙ୍କୁ ଦୈନନ୍ଦିନ ଖାଦ୍ୟ ସହ କିଛି ଅଙ୍ଗୁର ଖାଇବାକୁ ଦିଆଯାଇଥିଲା। ଅନ୍ୟପକ୍ଷରେ ନିୟମିତ ସମୟ ବ୍ୟବଧାନରେ ଏହାଦ୍ୱାରା ସେମାନଙ୍କର ସଂକ୍ରମଣରେ କି ପ୍ରକାର ଉନ୍ନତି ପରିଲକ୍ଷିତ ହେଉଛି ତାହାକୁ ତନ୍ନ ତନ୍ନ କରି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତର୍ଜମା କରିଥିଲେ। ପରିଶେଷରେ ଜଣାପଡିଥିଲା ଯେ ଅଙ୍ଗୁର ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ସଂକ୍ରମଣ କେତେକାଂଶରେ କମି ଯାଇଥିଲା। ଅଙ୍ଗୁରରେ ଭିଟାମିନ୍‌-ସି ରହିଛି। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ। ଏହା ଶରୀରରେ ବ୍ଲଡ଼ ପ୍ରେସର୍‌ର ପରିମାଣକୁ ସନ୍ତୁଳିତ ରଖେ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥାଏ। କେବଳ ସେତିକି ନୁହେଁ ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରିବାରେ ସାହାଯ୍ୟ କରେ।

Dharitri – Odisha’s No.1 Odia Daily

Share