ଅନୁଦାନ କମୁଛି: କେନ୍ଦ୍ରୀୟ ଯୋଜନା ବାଟବଣା ଆଶଙ୍କା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସପାଉଛି। ଏଥିଯୋଗୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବା ନେଇ ସମସ୍ୟା ଦେଖାଦେଇଛି। ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକବର୍ଷରେ ପ୍ରାୟ ୩୨,୮୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବେ ବୋଲି ଆକଳନ କରିଥିଲେ। ତେବେ ଏହି ଆଶା ମଉଳିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ୩୧,୭୮୮ କୋଟି ୬୪ ଲକ୍ଷ ଟଙ୍କା ପାଇବେ ବୋଲି ଅଟକଳ କରିଛନ୍ତି। ତେବେ ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟ ସରକାର ମାତ୍ର ୧୧,୧୧୦ କୋଟି ୪୫ ଲକ୍ଷ ଟଙ୍କା ପାଇଛନ୍ତି। ଏହା ବଜେଟ ହିସାବର ପ୍ରାୟ ୩୪ ପ୍ରତିଶତ। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଅଳ୍ପ କେଇଦିନ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ଆଶାନୁରୂପ ମିଳିବା ନେଇ ଆଶଙ୍କା ଉପୁଜିଛି।
ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ଓ ରାଜ୍ୟ ଅଂଶଧନ ଟିକସ ପାଇଥାନ୍ତି। ଚଳିତ ଆର୍ଥିକ ବର୍ଷରେ ଅନୁଦାନ ଓ ଅଂଶଧନ ଟିକସ ବାବଦରେ ରାଜ୍ୟ ସରକାର ୬୯,୭୬୬ କୋଟି ଟଙ୍କା ପାଇବେ ବୋଲି ବଜେଟରେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଅନୁଦାନ କମିଥିବା ବେଳେ ଅଂଶଧନ ବଢ଼ିଥିବା ଜଣାଯାଇଛି। ଅଂଶଧନ ବାବଦରେ ରାଜ୍ୟ ସରକାର ୩୬,୯୮୭ କୋଟି ପାଇବେ ବୋଲି ଆକଳନ କରିଥିବାବେଳେ ଜାନୁୟାରୀ ଶେଷ ସୁଦ୍ଧା ୩୦,୨୩୬ କୋଟି ଟଙ୍କା ପାଇଛନ୍ତି। ଏହା ପ୍ରାୟ ୮୧ ପ୍ରତିଶତରୁ ଊର୍ଦ୍ଧ୍ୱ। ଅଂଶଧନ ୮୧ ପ୍ରତିଶତରୁ ଅଧିକ ପାଇଥିବାବେଳେ ଅନୁଦାନ ମାତ୍ର ୩୪ ପ୍ରତିଶତରେ ସୀମିତ ରହିଛି। କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ପାଇଥାନ୍ତି। ଏହା କମିଯିବା ଫଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଅର୍ଥାଭାବ ଦେଖାଦେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଘୋଷଣା କରାଯାଇଥିବା ଅନୁଦାନ ପରିମାଣ ଦେବା ପାଇଁ ଦାବି ଉପସ୍ଥାପନ କରିଥିବା ସତ୍ତ୍ୱେ ବର୍ଷ ବର୍ଷ ଧରି ଏହା କମିବାରେ ଲାଗିଛି।
ମାତ୍ର ବିଡ଼ମ୍ବନା ଯେ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ଯେତିକି ଅନୁଦାନ ଏହି ସମୟ ମଧ୍ୟରେ ପାଇଥିଲେ ଚଳିତ ଆର୍ଥିକ ବର୍ଷରେ ତାହା କମିଯାଇଛି। ଗତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟ ସରକାର ୧୩,୨୭୭ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ଏହା ୧୧,୧୧୦ କୋଟି ଟଙ୍କାରେ ସୀମିତ ରହିଛି। ୨୦୨୧ ଜାନୁୟାରୀ ୩୧ ଶେଷ ସୁଦ୍ଧା ରାଜ୍ୟ ସରକାର ୧୭,୬୩୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିଲେ। କିନ୍ତୁ ଚଳିତ ବର୍ଷ ତାହା ଅପେକ୍ଷା ସାଢେ ୬ ହଜାର କୋଟି ଟଙ୍କା କମ୍‌ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri