ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଜପତି,୧୯ା୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ମାତିଛନ୍ତି ଚୋର। ଗୁରୁବାର ପୁଣି ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଝରକା ଖୋଲି ଆଲମାରୀ ତାଡ଼ି ପ୍ରାୟ ୧୦ କିଲୋ ରୁପା ଓ ୫ ଭରି ସୁନା ଓ ୨ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଡଙ୍କ ସାହିର ଭାସ୍କର ରାଓ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକେ ପୋଙ୍ଗଲ ଉତ୍ସବ ପାଳନ କରିବାକୁ ବନ୍ଧୁଙ୍କ ଘରକୁ ଅନ୍ୟତ୍ର ଚାଲିଯାଇଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି।

ଆଜି ସକାଳୁ ଘରକୁ ଫେରି ଚୋରି ହୋଇଥିବା ଦେଖି ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେଶନକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି। ଏହା ପୂର୍ବରୁ ଜାନୁୟାରୀ ୧୧ରେ ରାଣୀ ପଦ୍ମାବତୀ ଏପରି ଏକ ବଡ଼ ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାର କିଛି ସୁରାକ ମିଳିପାରିନାହିଁ।