ଗ୍ରାମୀ ୨୦୨୩: ବେୟୋନ୍ସ ସର୍ବାଧିକ ମନୋନୀତ

ନୂଆଦିଲ୍ଲୀ : ୨୦୨୩ ବର୍ଷ ଲାଗି ଗ୍ରାମୀ ପୁରସ୍କାର ନିମନ୍ତେ ମନୋନୟନ ତାଲିକା ପ୍ରକାଶ ପାଇଛି। ବେୟୋନ୍ସ ସର୍ବାଧିକ ମନୋନୀତ ଗାୟିକା ମାନ୍ୟତା ପାଇଛନ୍ତି। ଏହି ସେଲିବ୍ରିଟ୍‌ ସିଙ୍ଗରଙ୍କ ‘ବ୍ରେକ୍‌ ମାଇଁ ସୋଲ୍‌’ ସଙ୍ଗ୍‌ ଅଫ୍‌ ଦି ଇୟର ଭାବେ ମନୋନୀତ ହୋଇଥିବାବେଳେ ‘ରେନାଇସାନ୍ସ’ ଆଲବମ୍‌ ଅଫ୍‌ ଦି ଇୟର ପାଇଁ ସହମତି ହାସଲ କରିଛି। ତାଙ୍କ ସ୍ବାମୀ ଜେ-ଜେଡ୍‌ଙ୍କୁ ମଧ୍ୟ ଏହି ବର୍ଷ ଲାଗି ୫ଟି ବିଭାଗରେ ମନୋନୀତ କରାଯାଇଛି।

କେଣ୍ଡ୍ରିକ୍‌ ଲାମରଙ୍କୁ ୮ଟି ସହମତି ସହ ଦ୍ୱିତୀୟ ସର୍ବାଧିକ ମନୋନୀତ ମ୍ୟୁଜିସିଆନ୍‌ ମାନ୍ୟତା ମିଳିଥିବାବେଳେ ଆଡେଲେ ଏବଂ ବ୍ରାଣ୍ଡି କାର୍ଲିଲ୍‌ଙ୍କୁ ୭ଟି ଲେଖାଏ ବିଭାଗରେ ନୋମିନେଟ୍‌ କରାଯାଇଛି। ୨୦୨୩ ଫେବୃୟାରୀ ୫ରେ ୬୫ତମ ଗ୍ରାମୀ ପୁରସ୍କାର ପ୍ରଦାନ କରାଯିବ। ହାସ୍ୟାଭିନେତା ଟ୍ରେଭୋର ନୋଆ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରିବେ।

Share