ବିଶ୍ୱକୁ ଭାବପ୍ରବଣ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୪।୪: ରୁଷିଆ ଆକ୍ରମଣରେ ୟୁକ୍ରେନ ଏବେ ଧ୍ୱଂସ ଆଡକୁ ଗତି କରୁଛି। ୟୁକ୍ରେନ ଅନେକ ସହର ନିଶ୍ଚିହ୍ନ ହୋଇପଡିଛି। ଏହି ସମୟରେ, ଗ୍ରାମୀ ପୁରସ୍କାର ସମାରୋହ ମଞ୍ଚରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ ପାଇଁ ବିଶ୍ୱକୁ ଭାବପ୍ରବଣ ନିବେଦନ କରିଛନ୍ତି।
ଗ୍ରାମୀ ପୁରସ୍କାର ବିତରଣ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କର ଏକ ପୂର୍ବ-ରେକର୍ଡ ହୋଇଥିବା ଭିଡିଓ ପ୍ଲେ କରାଯାଇଥିଲା। ଏହି ଭିଡିଓ ବଡ ପରଦାରେ ପ୍ରଦର୍ଶିତ ହୋଇଥିଲା। ଭିଡିଓ ଜରିଆରେ ସେ ୟୁକ୍ରେନକୁ ସାହାଯ୍ୟ ଏବଂ ସମର୍ଥନ କରିବାକୁ ବିଶ୍ୱକୁ ନିବେଦନ କରିଥିଲେ।ଏହି ଭିଡିଓ ବାର୍ତ୍ତା ୟୁକ୍ରେନ ଗାୟକ ମିକା ନ୍ୟୁଟନ ଏବଂ କବି ଲିୟୁବା ୟାକିମଚୁକଙ୍କ ପ୍ରଦର୍ଶନ ପୂର୍ବରୁ ପ୍ରଦର୍ଶିତ ହୋଇଥିଲା।
ୟୁକ୍ରେନର ରାଷ୍ଟ୍ରପତି ଏହି ଭାବପ୍ରବଣ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆମର ପ୍ରିୟଜନମାନେ ପୁନର୍ବାର ଏକାଠି ରହିବେ କି ନାହିଁ ସେ ଜାଣନ୍ତି ନାହିଁ। କିଏ ବଞ୍ଚିବ ଏବଂ ଚିରଦିନ ପାଇଁ ନୀରବି ଯିବ ତାହା ବାଛିବା ପାଇଁ ଯୁଦ୍ଧ ଆମକୁ ଅନୁମତି ଦେଇ ନାହିଁ। ଆମର ସଂଗୀତଜ୍ଞମାନେ ଆହତମାନଙ୍କ ପାଇଁ ଡାକ୍ତରଖାନାରେ ଗୀତ ଗାଉଛନ୍ତି। ଯେଉଁମାନେ ତାଙ୍କ କଥା ଶୁଣିପାରୁ ନାହାଁନ୍ତି, ସେମାନଙ୍କ ପାଇଁ ସେ ଗୀତ ଗାଉଛନ୍ତି। ଆମେ ସ୍ବାଧୀନତା ରକ୍ଷା କରୁଛୁ। ବଞ୍ଚିବା ପାଇଁ ଆମେ ରୁଷିଆ ସହିତ ଲଢୁଛୁ। ଆମକୁ ସାହାଯ୍ୟ କରନ୍ତୁ, ଯେକୌଣସି ପ୍ରକାରେ ଆମକୁ ସମର୍ଥନ କରନ୍ତୁ। ମୁଁ କେବଳ ୟୁକ୍ରେନର ସ୍ବାଧୀନତାର ସ୍ବପ୍ନ ଦେଖିଛି ବୋଲି ଜେଲେନସ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri