ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର ଧାନ ଆଣୁଥିବା ଚର୍ଚ୍ଚା ଚାଲିଥିଲା। ମଙ୍ଗଳବାର ରାତିରେ ପଦ୍ମପୁର ଉପଜିଲାପାଳ ହେମସାଗର ଭୋଇ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ ବୁଲୁଥିବା ବେଳେ ଦୁଇଟି ଧାନ ବୋଝେଇ ହୋଇଥିବା ଟ୍ରକକୁ ଜଗଦଲପୁରରେ ଅଟକାଇ ଥିଲେ। ଟ୍ରକ ଡ୍ରାଇଭର ଛତିଶଗଡ଼ ବସନା ଅଞ୍ଚଳରୁ ଧାନ ଆଣୁଥିବା କହିଥିଲେ। ଅଧିକ ତଦନ୍ତ ପାଇଁ ଉପଜିଲାପାଳ ଭୋଇ ବୁଧବାର ସକାଳେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିବା କହିଛନ୍ତି।