ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି କିଛି ଲୋକ ଅଛନ୍ତି, ଯାହାଙ୍କ ପାଖରେ ସବୁକିଛି ଥିଲେ ମଧ୍ୟ ସେମାନେ ଖୁସି ରହିପାରନ୍ତି ନାହିଁ। ଯାହା ମିଳିଥାଏ ତାହାର ମୂଲ୍ୟ ନଦେଇ ସବୁବେଳେ ଆଉ କିଛି ଅଧିକ ପାଇବାକୁ ଚାହିଁଥାନ୍ତି।
ଜ୍ୟୋତିଷ ଶାସ୍ତ୍ରରେ ଏପରି ୫ଟି ରାଶି ବିଷୟରେ କୁହାଯାଇଛି, ଯେଉଁ ରାଶିର ବ୍ୟକ୍ତିମାନେ ସହଜରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଅଧିକ ପାଇବାର ଇଚ୍ଛା ଯୋଗୁ ସେମାନେ ସବୁବେଳେ ଦୌଡ଼ାଦୌଡ଼ିରେ ରହିଥାନ୍ତି। ତେବେ ଜ୍ୟୋତିଷୀୟ ମତ ଅନୁସାରେ କେଉଁ ୫ ରାଶି ଏହି ତାଲିକାରେ ରହିଛନ୍ତି, ଆସନ୍ତୁ ଜାଣିବା।

ମେଷ ରାଶିର ସ୍ବାମୀ ଗ୍ରହ ମଙ୍ଗଳ। ଜ୍ୟୋତିଷ ମତାନୁସାରେ ମଙ୍ଗଳ ପରାକ୍ରମ ଓ ଉତ୍ସାହର କାରକ। ଏହି ରାଶିର ବ୍ୟକ୍ତିମାନେ ଆତ୍ମସମ୍ମାନୀ ସ୍ବଭାବର ହୋଇଥାନ୍ତି ଏବଂ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପସନ୍ଦ କରନ୍ତି। କିଛି ନୂଆ କରିବା ଓ ନୂଆ ଅନୁଭୂତି ହାସଲ କରିବାର ଇଚ୍ଛା ସେମାନଙ୍କୁ ସବୁବେଳେ ଆଗକୁ ବଢ଼ିବାକୁ ପ୍ରେରିତ କରେ। ଫଳରେ ନିଜ ପାଖରେ ଥିବା ଜିନିଷରେ ସନ୍ତୁଷ୍ଟ ହେବା ଅପେକ୍ଷା ଆଉ କିଛି ପାଇବା ପାଇଁ ଦୌଡ଼ିବାରେ ବ୍ୟସ୍ତ ରହିଥାନ୍ତି। ଏହି ବ୍ୟସ୍ତତା ଯୋଗୁ କେତେବେଳେ ପରିବାର ପାଇଁ ମଧ୍ୟ ସମୟ ଦେଇପାରନ୍ତି ନାହିଁ।

ମିଥୁନ ରାଶିର ସ୍ବାମୀ ଗ୍ରହ ବୁଧ। ଜ୍ୟୋତିଷ ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କ ସ୍ବଭାବରେ ଦୁଇଟି ଭିନ୍ନ ଦିଗ ଦେଖିବାକୁ ମିଳେ। ସେମାନେ ମିଳନସାର ଓ ମଜାମସ୍ତି କରିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟେ ଚିନ୍ତା ଓ ଅସ୍ଥିରତାରେ ମଧ୍ୟ ରହିପାରନ୍ତି। ଏହି ରାଶିର ଲୋକେ ଖୁବ ଶୀଘ୍ର କୌଣସି ଜିନିଷରେ ବିରକ୍ତ ହୋଇ ନୂଆ କିଛି ଖୋଜିବା ଆରମ୍ଭ କରନ୍ତି ବୋଲି ଜ୍ୟୋତିଷରେ କୁହାଯାଏ। ଅନ୍ୟମାନଙ୍କ ପାଖରେ ଥିବା ଜିନିଷକୁ ନିଜେ କିପରି ପାଇପାରିବେ, ସେନେଇ ଚିନ୍ତା କରୁଥିବାରୁ ସେମାନେ ସହଜରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ।

କନ୍ୟା ରାଶିର ସ୍ବାମୀ ମଧ୍ୟ ବୁଧ। ଜ୍ୟୋତିଷୀୟ ମତ ଅନୁସାରେ ଏହି ରାଶିର ବ୍ୟକ୍ତିମାନେ ଅତ୍ୟଧିକ ବିଶ୍ଳେଷଣ କରିବା ଓ ପ୍ରତ୍ୟେକ କଥାରେ ତ୍ରୁଟି ଖୋଜିବା ପ୍ରବୃତ୍ତିର ହୋଇପାରନ୍ତି। ସେମାନେ ନିଜ ମନର କଥା ସହଜରେ ଅନ୍ୟମାନଙ୍କୁ କହିନଥାନ୍ତି।
କୌଣସି କାମ ଠିକ ଭାବେ ହେଉ ବୋଲି ସେମାନେ ଅନେକ ସମୟରେ ସବୁକିଛି ନିଜେ କରିବାକୁ ଚାହାନ୍ତି। ତଥାପି କାମ ସରିବା ପରେ ମଧ୍ୟ ସେଥିରେ କିଛି ନା କିଛି ତ୍ରୁଟି ଖୋଜି ବାହାର କରିଥାନ୍ତି। ଏହି ସୱଭାବ ଯୋଗୁ ନିଜ କାମ ସହ ଅନ୍ୟମାନଙ୍କ କାମକୁ ନେଇ ମଧ୍ୟ ସେମାନେ ସହଜରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ।

ମକର ରାଶିର ସ୍ବାମୀ ଗ୍ରହ ଶନିଦେବ। ଏହି ରାଶିର ବ୍ୟକ୍ତିଙ୍କ ଆଶା ଓ ମାନଦଣ୍ଡ ଅଧିକ ଥିବାରୁ ସେମାନେ ସହଜରେ କୌଣସି କାମରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ବୋଲି ଜ୍ୟୋତିଷରେ କୁହାଯାଏ।
ନିଜ ଲକ୍ଷ୍ୟ ହାସଲ ପାଇଁ ସେମାନେ କଠିନ ପରିଶ୍ରମ କରନ୍ତି ଏବଂ ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଥକି ଯାଆନ୍ତି ନାହିଁ। କିନ୍ତୁ କୌଣସି ଜିନିଷରେ ଭଲ ଦିଗ ଦେଖି ଖୁସି ହେବା ପରିବର୍ତ୍ତେ ତାହାରେ କ’ଣ ଭୁଲ ରହିଛି କିମ୍ବା ଆଉ କିପରି ଭଲ କରାଯାଇପାରିଥାନ୍ତା, ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତି।

ମୀନ ରାଶିର ସ୍ବାମୀ ଗ୍ରହ ବୃହସ୍ପତି। ଜ୍ୟୋତିଷ ମତାନୁସାରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମୟରେ ଅସ୍ଥିର ଓ ବ୍ୟସ୍ତ ରହିଥାନ୍ତି। ଅନ୍ୟମାନଙ୍କ ସହ ମିଶି କୌଣସି ମୁହୂର୍ତ୍ତକୁ ଉପଭୋଗ କରିବା ବଦଳରେ ସେମାନେ କୌଣସି ନା କୌଣସି କାମରେ ବ୍ୟସ୍ତ ରହିବାକୁ ପସନ୍ଦ କରନ୍ତି।
ଯେଉଁ ଜିନିଷ ପାଇଁ ସେମାନେ ପରିଶ୍ରମ କରନ୍ତି, ତାହା ମିଳିବା ପରେ ମଧ୍ୟ ତାହାର ଆନନ୍ଦ ନେଇପାରନ୍ତି ନାହିଁ। ଅଧିକ ପାଇବାର ଇଚ୍ଛା ଏବଂ ସବୁକିଛିକୁ ଠିକ କରିବାର ଚେଷ୍ଟାରେ ସେମାନେ ବର୍ତ୍ତମାନର ସୁଖକୁ ଉପଭୋଗ କରିବାରୁ ବଞ୍ଚିତ ହୋଇପାରନ୍ତି। ଏହି କାରଣରୁ ଜ୍ୟୋତିଷରେ ମୀନ ରାଶିକୁ ମଧ୍ୟ ସହଜରେ ସନ୍ତୁଷ୍ଟ ନହେଉଥିବା ରାଶି ମଧ୍ୟରେ ରଖାଯାଇଛି।

Dharitri – Odisha’s No.1 Odia Daily

Share
Tags: rashiphala