Posted inରାଜ୍ୟ

ପରିବହନରେ ଜିପିଏସ୍‌ ବ୍ୟବସ୍ଥା ବାଟବଣା

ଯାଜପୁର ଅଫିସ,୪ା୧୧: ଯାଜପୁର ଓ କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ପରିବହନକୁ ସୁନିୟନ୍ତ୍ରିତ କରିବାକୁ ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ସ୍ବତନ୍ତ୍ର କମ୍ପାନୀ ଜରିଆରେ ଖଣି ପରିବହନରେ ନିୟୋଜିତ ପ୍ରତ୍ୟେକ ଗାଡ଼ିରେ ଜିପିଏସ୍‌ ଯନ୍ତ୍ର ବ୍ୟବସ୍ଥା ଲଗାଇଥିଲେ। ଏପରି କି ଏଥିରେ ଇଣ୍ଟିଗ୍ରେଟେଡ୍‌ ମାଇନ୍ସ, ମିନେରାଲ୍ସ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌କୁ ଟ୍ୟାଗ କରାଯାଇଛି, ଯାହାଫଳରେ ଖଣି ଖାଦାନରୁ ଉତ୍ପାଦିତ ଖଣିଜ ପଦାର୍ଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଲା କି ନାହିଁ ସେ ନେଇ ଠିକ୍‌ ତଥ୍ୟ ଜଣାପଡ଼ିଥାଏ। ଖଣିଜ ପରିବହନ କରୁଥିବା ଟ୍ରକ୍‌ର ସମ୍ପୂର୍ଣ୍ଣ ଗତିବିଧି ଉପରେ ନିରୀକ୍ଷଣ ରଖାଯାଇପାରିବ। ହେଲେ ବିଭାଗୀୟ ଅଧିକାରୀଙ୍କ ସହ କେତେକ ଖଣି କମ୍ପାନୀ, ପରିବହନ ସଂସ୍ଥା ଏହି ଜିପିଏସ୍‌ ବ୍ୟବସ୍ଥାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରୁ ନାହାନ୍ତି। ଫଳରେ ଖଣିଜ ପରିବହନରେ ବ୍ୟାପକ ଲୁଟ୍‌ ହେଉଛି। ଗତ ଶନିବାର ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ନେଉଳପୁର ପାହାଡ଼ ଅଞ୍ଚଳରେ ପ୍ରାୟ ୨୦୦ ଟନ୍‌ ଚୋରା ଲୁହାପଥର ଜବତ ଏହାର ଜ୍ୱଳନ୍ତ ଉଦାହରଣ। ଏବେ ବି କାଏମା ପେଟ୍ରୋଲ ପମ୍ପ ନିକଟସ୍ଥ ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ ୨୦୦ଟନ୍‌ ଲୁହାପଥର ଗଦା ହୋଇଥିବା ଅଞ୍ଚଳବାସୀଙ୍କ ଠାରୁ ସୂଚନା ମିଳିଥିଲେ ହେଁ ଏନେଇ ଖଣି ବିଭାଗ ନିକଟରେ କୌଣସି ଖବର ନାହିଁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଉଛନ୍ତି।
୧୦ବର୍ଷ ପୂର୍ବେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଏଭଳି ଭାବେ ଲକ୍ଷାଧିକ କୋଟି ଟଙ୍କାର ଲୁହାପଥର ଚୋରି ମାମଲାରେ ଏକାଧିକ ଖଣି କମ୍ପାନୀକୁ ଦାୟୀ କରାଯାଇ ଜରିମାନା ଆଦାୟ କରାଯାଇଛି। ଏଭଳିସ୍ଥିତିରେ ପୁଣି ଲୁହାପଥର ଚୋରା କାରବାର ଉପରେ ସମ୍ପୃକ୍ତ ଖଣି ବିଭାଗର କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ୨୦୦୦ ରୁ ୨୦୧୦ ମଧ୍ୟରେ ଓଡ଼ିଶାର ବିଭିନ୍ନ ଖଣିରୁ ଲିଜ୍‌ଧାରୀମାନେ ଅନୁମତିଠାରୁ ଢେର ଅଧିକ ଖଣିଜ ଦ୍ରବ୍ୟ ଲୁଟ କରିଥିବା ସମ୍ପର୍କରେ ଶାହା କମିଶନ ସୁପ୍ରିମକୋର୍ଟକୁ ରିପୋର୍ଟ ଦେଇଥିଲେ। ଏହାପରେ ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତଥାପି ୧୦ ବର୍ଷ ପୂର୍ବେ ଚୋରା କାରବାରର ମିଠା ପାଇଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଖଣି ବିଭାଗର କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ପୁଣି ଲୁହାପଥର କାରବାର କରୁଛନ୍ତି। ବିଶେଷକରି କେନ୍ଦୁଝର ଯୋଡ଼ା ଅଞ୍ଚଳରୁ ଯାଜପୁର ଜିଲାଦେଇ ବିପୁଳ ପରିମାଣର ଚୋରା ଲୁହାପଥର ପରିବହନ କରାଯାଉଛି। ଏସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରିୟଦର୍ଶୀ ସନ୍ଦୀପ ବଳଙ୍କୁ ପଚାରିବାରେ ସେ କହିଛନ୍ତି, ଜବତ ଲୁହାପଥର ସମ୍ପର୍କରେ ତଦନ୍ତ ଚାଲିଛି। ଏପରି କି ଯୋଡ଼ା ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇ ସାରିଛି। ଜିପିଏସ୍‌ ଓ କ୍ୟୁଆର୍‌ କୋଡ୍‌ ଉପରେ ମଧ୍ୟ ତନଖି ଚାଲିଛି। ଖୁବଶୀଘ୍ର ଲୁହାପଥର ଚୋରା କାରବାର ଉପରେ ପର୍ଦ୍ଦାଫାଶ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri