Categories: ଜାତୀୟ

ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର: ମନରେଗା ଶ୍ରମିକଙ୍କ ମଜୁରୀ ବଢିଲା

ନୂଆଦିଲ୍ଲୀ,୨୮।୩: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ’ (ମନରେଗା) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି। ସରକାର ମନରେଗା ମଜୁରୀ ହାରକୁ ୩ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ବିଜ୍ଞପ୍ତି ଗୁରୁବାର ଜାରି କରାଯାଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ମଜୁରୀ ହାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବୃଦ୍ଧି ପାଇଛି। ମନରେଗା କର୍ମଚାରୀଙ୍କ ପାଇଁ ନୂତନ ମଜୁରୀ ହାର ଏପ୍ରିଲ ୧, ୨୦୨୪ରୁ ଲାଗୁ ହେବ।

Share