ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ବଦଳାଇ ଦେଲେ ଟ୍ରାଭେଲ ଆଡଭାଇଜରୀ

ନୂଆଦିଲ୍ଲୀ,୧୩ ।୧୦: ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଲଗାଇଥିବା ଅତିରିକ୍ତ ଯାଞ୍ଚ ଓ ଅନ୍ୟ କରୋନା ସମ୍ବନ୍ଧିୟ କଟକଣାକୁ ନେଇ ଜାରି କରାଯାଇଥିବା ଆଡଭାଇଜରିକୁ ଫେରାଇ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ୧ ଅକ୍ଟୋବର ୨୦୨୧ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ସଂଶୋଧିତ ଆଡଭାଇଜରୀକୁ ଫେରାଇ ନିଆଯାଇଛି । ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ଯେଉଁ ଆଡଭାଇଜରୀ ଜାରି କରାଯାଇଥିଲା ସେଥିରେ ବ୍ରିଟେନରୁ ଆସୁଥିବା ନାଗରିକମାନେ ବିମାନବନ୍ଦରରେ ଆର୍‌ଟିପିସିଆର୍ ଟେଷ୍ଟ କରିବା ବାଧ୍ୟତାମୂଳକ ଥିଲା । ଏହାସହ ୧୦ ଦିନ କ୍ୱାରାଣ୍ଟାଇନରେ ମଧ୍ୟ ରହିବା ସହ ଭାରତରେ ରହିବାର ୮ ଦିନ ପରେ ପୁଣିଥରେ ଆର୍‌ଟିପିସିଆର୍ ଟେଷ୍ଟ କରିବା ଜରୁରୀ ବୋଲି କୁହାଯାଇଥିଲା ।

Share