Categories: ଜାତୀୟ

୫ ବର୍ଷରେ ପାଞ୍ଚ କୋଟି ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର : ଗଡକରି

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗ୍ରାମୀଣ ଶିଳ୍ପଗୁଡିକ ବାର୍ଷିକ ୮୦,୦୦୦ କୋଟି ଟଙ୍କାର କାରବାର କରୁଛନ୍ତି। ଏହାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୃଷି ଏବଂ ଗ୍ରାମାଞ୍ଚଳରେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଚାଲିଛି ବୋଲି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଗ୍ରୋଭିଜନ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କୃଷି-ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଗଡକରି ଏହା କହିଛନ୍ତି। ନିକଟ ଭବିଷ୍ୟତରେ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଏହି ଅବସରରେ ସେ କହିଛନ୍ତି।

Share