Categories: ଜାତୀୟ

କୃଷକ ଆନ୍ଦୋଳନ: ଖଲିସ୍ତାନ-ପାକିସ୍ତାନ ଲିଙ୍କ ଥିବା ୧୧୭୮ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭୁଲ ତଥ୍ୟ ଯାଉଥିବା ଅଭିଯୋଗ ଆସୁଛି । ଏବେ କେନ୍ଦ୍ର ସରକାର ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାୟ ୧୧୭୮ ପାକିସ୍ତାନ-ଖଲିସ୍ତାନ ଲିଙ୍କ ଥିବା ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ । ଯେଉଁଥିରେ କୃଷକ ଆନ୍ଦୋଳନକୁ ନେଇ ଭୁଲ ତଥ୍ୟ ଓ ଉସକାଇବା ଭଳି ପୋଷ୍ଟ ଶେୟାର କରାଯାଉଛି । ହେଲେ ଟୁଇଟର ପକ୍ଷରୁ ଏପର୍ଯ୍ୟନ୍ତ ଏହି ନିର୍ଦ୍ଦେଶକୁ ପାଳନ କରାଯାଇ ନାହିଁ ବୋଲି ସୂତ୍ରରୁ ଜଣାପଡିଛି । କିଛିଦିନ ପୂର୍ବରୁ ମଧ୍ୟ ସରକାର ଟୁଇଟରକୁ ୨୫୦ ଏଭଳି ଆକାଉଣ୍ଟକୁ ବନ୍ଦ କରିବାକୁ କହିଥିଲେ । ଏହି ଆକାଉଣ୍ଟ ମାଧ୍ୟମରେ ଭୁଲ ତଥ୍ୟ ଯିବା ସହ ‘କୃଷକ ନରସହାର’ ଭଳି ହ୍ୟାସଟ୍ୟାଗ ବ୍ୟବହାର କରାଯାଇଥିଲା । ଟୁଇଟରକୁ ଏହି ନୋଟିସ ଗତ ସପ୍ତାହରେ ଦିଆଯାଇଥିଲା । ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟ ପରେ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଏହି ଦାବି କରାଯାଇଥିଲା । ଏସବୁ ଆକାଉଣ୍ଟକୁ ବନ୍ଦ କରିବାକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା କି କୃଷକ ଆନ୍ଦୋଳନ ମଝିରେ ଏହା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ।

Share