Categories: ଜାତୀୟ

କମ୍ପାନୀଠାରୁ ରେମେଡେସିଭିର କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୯।୫: କେନ୍ଦ୍ର ସରକାର ଏଣିକି ରାଜ୍ୟ ସରକାରଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇଦେବେ ନାହିଁ। ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାର ସିଧାସଳଖ କମ୍ପାନୀ ସହ ଯୋଗାଯୋଗ କରି ପାରିବେ।

ରେମଡେସିଭିର କମ୍‌ ଉତ୍ପାଦନ ହେତୁ କେନ୍ଦ୍ର ସରକାର ରାଜ୍ୟକୁ ଏହି ଇଞ୍ଜେକ୍ସନ ଯୋଗାଇ ଦେଉଥିଲେ। ବର୍ତ୍ତମାନ ରାଜ୍ୟ ସରକାର ନିଜ ଆବଶ୍ୟକତା ଅନୁଯାୟୀ ଏହି ଇଞ୍ଜେକ୍ସନ କିଣି ପାରିବେ। ରାସାୟନିକ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶନିବାର ଏହି ସୂଚନା ଦେଇଛନ୍ତି। ରେମେଡେସିଭିର ଇଞ୍ଜେକ୍ସନ ରାଜ୍ୟକୁ ଆବଣ୍ଟନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରକି ସରକାର ଦେଶରେ ରେମେଡେସିଭିର ଇଞ୍ଜେକ୍ସନର ଆବଶ୍ୟକତା ଉପରେ ନଜର ରଖିବା ପାଇଁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ସୂଚନା ମୁତାବକ, ଦେଶରେ ରେମେଡେସିଭିର ଇଞ୍ଜେକ୍ସନ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨୦ ପ୍ରତିଶତରୁ ୬୦ ପ୍ରତିଶତିକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଚାହିଦା ଅପେକ୍ଷା ଅଧିକ ଯୋଗାଣ ହେଉଛି।

Share