Categories: ଜାତୀୟ

ସବୁ ଜିଲାରେ ସ୍ଥାପନ ହେବ ବୃଦ୍ଧାଶ୍ରମ

ନୂଆଦିଲ୍ଲୀ,୬।୬: ଦେଶର ପ୍ରତି ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଏନ୍‌ଜିଓଗୁଡ଼ିକୁ ସାଙ୍ଗରେ ନେଇ ଜରା ନିବାସ ନିର୍ମାଣ ନିମନ୍ତେ ୨୫୦ଟି ଜିଲା ଚିହ୍ନଟ ହୋଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୮ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଥିବା ସୋମବାର ବିଭାଗୀୟ ମନ୍ତ୍ରୀ ବୀରେନ୍ଦ୍ର କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ମେଧାବୃତ୍ତି ଯୋଜନାରେ ସଂସ୍କାର ଅଣାଯାଇଛି। ଛାତ୍ରୀଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ସିଧାସଳଖ ପଠାଯାଉଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ନିଯୁକ୍ତି ଚାହୁଁଥିବା ବରିଷ୍ଠ ନାଗରିକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ସିନିୟର ଏବଲ୍‌ ସିଟିଜେନ୍ସ ଫର୍‌ ରିଏମ୍ପ୍ଲୟମେଣ୍ଟ ଇନ୍‌ ଡିଗ୍ନିଟି (ଏସ୍‌ଏସିଆର୍‌ଇଡି) ପୋର୍ଟାଲ ଏବଂ ୯ଟି ଷ୍ଟାର୍ଟଅପ୍‌କୁ ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଥିଲେ।

Share