Categories: ଜାତୀୟ

ପାକିସ୍ତାନର ୨୦ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧ ।୧୨: କେନ୍ଦ୍ର ସରକାର ଭାରତ ବିରୋଧି ପ୍ରୋପାଗଣ୍ଡା ଓ ଫେକ ନ୍ୟୁଜ ପ୍ରଚାର ପ୍ରସାର କରୁଥିବା ଅଭିଯୋଗରେ ସୋମବାର ପାକିସ୍ତାନର ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ୱେବସାଇଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟନୁଷ୍ଠାନ ଇଣ୍ଟଲିଜେନ୍ସ ଏଜେନ୍ସି ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଚେଷ୍ଟା ପରେ ହୋଇଛି । କେନ୍ଦ୍ରର ସୂଚନା ଅନୁଯାୟୀ, ଏସବୁ ଚ୍ୟାନେଲ କଶ୍ମୀର, ଭାରତୀୟ ସେନା, ଭାରତରେ ସଂଖ୍ୟାଲଘୁ, ରାମ ମନ୍ଦିର, ସିଡିଏସ୍ ଜେନେରାଲ ବିପିନ ରାୱତ ଆଦିକୁ ନେଇ ବାଣ୍ଟିବା ଭଳି କଣ୍ଟେଣ୍ଟ ନିର୍ମାଣ କରୁଥିଲେ । ଆହୁରି ମଧ୍ୟ କୁହାଯାଇଛି ଏ ସମସ୍ତ ୟୁଟ୍ରୁ୍ୟବ ଚ୍ୟାନେଲ କୃଷକ ଆନ୍ଦୋଳନ ଓ ସିଏଏ ବିରୋଧି ପ୍ରଦର୍ଶନ ଭଳି ବିଷୟକୁ ନେଇ କଣ୍ଟେଣ୍ଟ ପୋଷ୍ଟ କରୁଥିଲେ । ସେହିପରି ସଂଖ୍ୟାଲଘୁଙ୍କୁ ସରକାରଙ୍କ ବିରୋଧରେ ଯିବାକୁ ଉସକାଉଥିଲେ । କେନ୍ଦ୍ର ଆହୁରି ମଧ୍ୟ ଆଶଙ୍କା କରିଛି କି ଆଗମୀ ଦିନରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ସମୟରେ ବି ଏସବୁ ଚ୍ୟାନେଲ ଲୋକତାନ୍ତ୍ରୀକ ପ୍ରକ୍ରିୟାକୁ ଦୁର୍ବଳ କରିବାକୁ କଣ୍ଟେଣ୍ଟ ପୋଷ୍ଟ କରିପାରନ୍ତି ।

Share