Categories: ଜାତୀୟ

ସରକାର ସବ୍‌କା ସାଥ୍‌ ନାହାନ୍ତି, କେବଳ ବ୍ରିଜ ଭୁଷଣଙ୍କ ସହିତ ଅଛନ୍ତି: ସିବଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୩।୬ : ଦେଶର କୁସ୍ତିଯୋଦ୍ଧାମାନେ ସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବି କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ଏମପି କପିଲ ସିବଲ ବ୍ରିଜ ଭୂଷଣ ଶରଣ ସିଂ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାର ନୀରବତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି । କୁସ୍ତିଯୋଦ୍ଧାମାନଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା କାହିଁକି ଚୁପ ଅଛନ୍ତି ? କିନ୍ତୁ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏହି ଘଟଣାର ତଦନ୍ତ ପାଇଁ ଯଥେଷ୍ଟ।

ସୁପ୍ରିମକୋର୍ଟରେ କୁସ୍ତିଯୋଦ୍ଧାଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ ସିବଲ ଟୁଇଟରରେ ଲେଖିଛନ୍ତି ଏହି ଘଟଣାର ଅନୁସନ୍ଧାନ କରୁଥିବା ଲୋକଙ୍କ ପାଇଁ ବାର୍ତ୍ତା ଯଥେଷ୍ଟ। ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ପ୍ରମାଣ କ୍ରମାଗତ ଭାବେ ବୃଦ୍ଧି ପାଉଛି, ତାଙ୍କ ବିରୋଧରେ କ୍ରୋଧ ମଧ୍ୟ ବଢୁଛି, କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ଗିରଫ କରାଯାଇ ନାହିଁ ଏବଂ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ଏବଂ ଆରଏସଏସ ଚୁପ ଅଛନ୍ତି। ଏଥିରୁ ଜଣାପଡୁଛି ସରକାର ସବ୍‌କା ସାଥ୍‌ ନାହାନ୍ତି, କେବଳ ବ୍ରିଜ ଭୁଷଣଙ୍କ ସହିତ ଅଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।

Share