କରୋନା ଟିକା ମୃତ୍ୟୁ ପାଇଁ ସରକାର ଦାୟୀ ନୁହନ୍ତି : ସୁପ୍ରିମ୍‌କୋର୍ଟରେ ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୨୯।୧୧ : କରୋନା ଟିକା ମୃତ୍ୟୁର ଦାୟିତ୍ୱ ସରକାର ନେବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଟିକାନେଇ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପ୍ରତି ସରକାରଙ୍କ ସମବେଦନା ରହିଛି। କିନ୍ତୁ ଟିକା ନେବାପରେ କୌଣସି ପ୍ରତିକୂଳ କାରଣ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପାଇଁ ସରକାର ଦାୟୀ ନୁହନ୍ତି।

ଟିକାନେବା ଯୋଗୁ ଗତ ୨୦୨୧ରେ ମୃତ୍ୟୁ ଘଟିଥିବା ଦୁଇ ଯୁବତୀଙ୍କ ମାମଲାର ବିଚାର ସମୟରେ କେନ୍ଦ୍ର ସରକାର ଏଭଳି ସତ୍ୟପାଠ ଦାଖଲ କରିଛନ୍ତି। ଦୁଇ ଯୁବତୀଙ୍କ ପରିବାର ସଦସ୍ୟ ଏନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ବତନ୍ତ୍ର ଯାଞ୍ଚ୍‌ ପାଇଁ ଆବେଦନ କରିଥିଲେ। ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦ୍ୱାରା ହେଉଥିବା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ଉପରେ ଦାବି କରାଯାଇଥିଲା। ଏନେଇ ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଦେବାକୁ ଉଲ୍ଲେଖ କରାଯାଇଥିଲା। ଏହି ମାମଲାରେ ଶୀର୍ଷକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଥିଲେ।

Share