Categories: ଜାତୀୟ

ମୌସୁମୀ ଅଧିବେଶନ ପୂର୍ବରୁ ଜୁଲାଇ ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୨।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଜୁଲାଇ ୧୭ରେ ସକାଳ ୧୧ଟାରେ ଏକ ସର୍ବଦଳୀୟ ବୈଠକ ବସିବ। ମଙ୍ଗଳବାର ଏନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ମୋଟ ୨୬ ଦିନର ଏହି ଅଧିବେଶନରେ ୧୮ଟି ବୈଠକ ହେବ। ଏହି ଅଧିବେଶନରେ ସରକାର ଅନେକ ବିକାଶମୂଳକ ଯୋଜନାର ନୂଆ ବିଲ ଆଗତ କରିପାରନ୍ତି।

Share