Categories: ଜାତୀୟ

ତୁର୍କୀ, ପେରୁରେ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ଶୁକ୍ରବାର ତୁର୍କୀ ଓ ପେରୁ ପାଇଁ ଭାରତର ଦୁଇଜଣ ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚ୍‌ ଆଇଏଫ୍‌ଏସ୍‌ ବିଶ୍ୱାସ ବିଦୁ ସପକାଲିଙ୍କୁ ପେରୁର ରାଷ୍ଟ୍ରଦୂତ ବଛା ଯାଇଛି। ସେହିପରି କେନିଆରେ ଭାରତୀୟ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରୁଥିବା ୧୯୯୧ ବ୍ୟାଚ୍‌ ଆଇଏଫଏସ୍‌ ଅଫିସର ବୀରନ୍ଦର କୁମାର ପଲ୍‌ଙ୍କୁ ତୁର୍କୀର ରାଷ୍ଟ୍ରଦୂତ ଭାବେ ମନୋନୀତ କରାଯାଇଛି।

Share