ଗୋବିନ୍ଦଙ୍କ ଝିଅ-କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଅଡିଓ ଭାଇରାଲ

ବଲାଙ୍ଗୀର ଅଫିସ, ୫ା୧: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ଏବଂ କ୍ରାଇମବ୍ରାଞ୍ଚ ଟିମ୍‌ ଅଧିକାରୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓ ଭାଇରାଲ ହେବା ପରେ ଗୋବିନ୍ଦଙ୍କ ଚିଠି ପୁଣି ଥରେ ଚର୍ଚ୍ଚାକୁ ଆସିଛି। କଣ୍ଟାବାଞ୍ଜି ଜେଲରେ ଗତ ଡିସେମ୍ବର ୨୦ ତାରିଖରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଟିମ୍‌କୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ମହାଲିଙ୍ଗ ଗସ୍ତ କରି ଗୋବିନ୍ଦଙ୍କ ବାସଭବନ ଏବଂ କଲେଜକୁ ଯାଇଥିଲେ। ଏତିକିବେଳେ ଗୋବିନ୍ଦଙ୍କ ବଡଝିଅ ଲିପିକା ସାହୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ମୃତ୍ୟୁ ପୂର୍ବରୁ ତାଙ୍କ ଉଦ୍ଦେଶ୍ୟରେ ଲିଖିତ ତାଙ୍କ ବାପାଙ୍କ ଶେଷଚିଠି ମାଗିଥିଲେ। ଏହି ସମୟର ଅଡିଓ ଏବେ ଭାଇରାଲ ହୋଇଛି। ଏଥିରେ ଗୋବିନ୍ଦଙ୍କ ଝିଅ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତାଙ୍କ ବାପାଙ୍କ ଶେଷ ଚିଠି ମାଗୁଛନ୍ତି। ଏହି ଚିଠିରେ କ’ଣ ଲେଖାଯାଇଛି ତାହା ପ୍ରଥମେ ସେ ପଢ଼ିବା କଥା। ଏଣୁ ତାଙ୍କୁ ଦିଆଯାଉ ବୋଲି ସେ କହୁଛନ୍ତି। ତାଙ୍କ ସାମ୍ନାରେ ସେହି ଚିଠି ଖୋଲାଯିବା କଥା ବୋଲି ସେ କହିଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ଯେ, ଏହା ଏକ କେସ୍‌ ମ୍ୟାଟର, ଏଣୁ ସେମାନେ ତାଙ୍କୁ ଦେଇପାରିବେ ନାହିଁ। ଏହା ଏବେ ସିଲ୍‌ ହୋଇରହିଛି। ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ପାଖକୁ ଏହି ଚିଠି ପଠାଯିବ ଏବଂ ସେଠାରେ ଏହି ଚିଠି ବାସ୍ତବରେ ଗୋବିନ୍ଦଙ୍କର କି ନା ପରୀକ୍ଷା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ କହୁଥିବା ଭାଇରାଲ ଅଡିଓରେ ରହିଛି। ତେବେ ଲିପିକା ଗୋବିନ୍ଦଙ୍କ କୌଣସି ଓଡ଼ିଆ ଲେଖା ତାଙ୍କ ପାଖରେ ନାହିଁ ବୋଲି କହୁଥିବା ଭାଇରାଲ ଅଡିଓରେ ଶୁଣାଯାଉଛି।
ଉକ୍ତ ଚିଠିରେ ଗୋବିନ୍ଦ କ’ଣ ଲେଖିଛନ୍ତି ତାହା ଜାଣିବାକୁ ସମସ୍ତେ ବ୍ୟଗ୍ର ଅଛନ୍ତି। ଉକ୍ତ ଚିଠି ମମିତା ମେହେର ଏବଂ ଗୋବିନ୍ଦ ସାହୁ ମୃତ୍ୟୁ ରହସ୍ୟ ଖୋଲିବ ନା ଅଧିକ ରହସ୍ୟ ସୃଷ୍ଟି କରିବ ତାକୁ ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

ତାପମାତ୍ରା ୪୦ ଡିଗ୍ରୀ: ମିଳୁନି ପିଇବା ପାଣି, ଗରା, ବାଲଟି ଓ ଡେକଚି ଧରି…

ପାଟଣା, ୨୫।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଳଡିହା ପାତୁଳୁ…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଆଜି କାଲି କହି ଭଣ୍ଡାଉଛନ୍ତି ପୋଷ୍ଟ ଅଫିସ କର୍ମଚାରୀ: ଉପଭୋକ୍ତା ଅତିଷ୍ଠ

ଗଞ୍ଜାମ,(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ପୋଷ୍ଟ ଅଫିସର କର୍ମଚାରୀମାନଙ୍କ ମନମୁଖୀ ଆଚରଣ ନେଇ ଗ୍ରାହକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏମିତିକି ଗ୍ରାହକମାନଙ୍କ ସହ କର୍ମଚାରୀମାନେ…

ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା ଏହି ଆପତ୍ତିଜନକ ଜିନିଷ

ବରଗଡ଼,୨୫ା୫(ପ୍ରେମାନନ୍ଦ କମାରୀ): ବରଗଡ଼ ଟାଉନ ଥାନା ପୋଲିସ ରବିବାର ଡାଙ୍ଗ ଛକ ନିକଟ ପିପିଲିପାଲି ଗ୍ରାମରେ ଏକ ସେକ୍ସ ରାକେଟ ଠାବ କରିଛି। ସେଠାରେ ଦେହ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri