ସ୍ତ୍ରୀଙ୍କ ସହ ମଦ ପିଇବା ପୂର୍ବରୁ ମା’ଙ୍କ ଅନୁମତି ନେଇଥିଲେ ଗୋବିନ୍ଦା, ଶୁଣିବାକୁ ମିଳିଥିଲା ଏମିତି

ବଲିଉଡ ଅଭିନେତା ଗୋବିନ୍ଦା ଏକ ବଡ଼ ଖୁଲାସା କରିଛନ୍ତି। ସେ ସିମି ଗାରେୱାଲଙ୍କ ଚାଟ ଶୋ’ରେ ବଡ଼ ସୂଚନା ଦେଇଥିଲେ। ବହୁ ବର୍ଷ ପୂର୍ବେ ଗୋବିନ୍ଦା ଏବଂ ସ୍ତ୍ରୀ ସୁନୀତା ସିମି ଗାରେୱାଲଙ୍କ ସହ ଚାଟ ଶୋ’ରେ ନଜର ଆସିଥିଲେ। ସେ ସେଠାରେ ପ୍ରକାଶ କରିଥିଲେ ଯେ ଦୀର୍ଘ ସମୟ ପରେ ଥରେ, ସେମାନେ ଏକ ରୋମାଣ୍ଟିକ ଡେଟ ପାଇଁ ବାହାରକୁ ଯାଇଥିଲେ। ସେ ତାଜ୍‌ ହୋଟେଲରେ ଭୋଜନ କରିବା ସମୟରେ ଭାବପ୍ରବଣ ହୋଇଥିଲେ, କାରଣ ସେହି ହୋଟେଲରେ ଜଣେ ଷ୍ଟିୱାର୍ଡ ଚାକିରି ପାଇଁ ତାଙ୍କୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେ କହିଥିଲେ ଯେ ସୁନୀତାଙ୍କ ସହ ସେ ରାତ୍ରି ଭୋଜନ କରିଥିଲେ, ସ୍ତ୍ରୀ କିଛି ନୂଆ କରିବାକୁ କହିବା ପରେ ସେମାନେ ଗୋଟେ ପ୍ୟାକ୍‌ ନେଇଥିଲେ ହେଲେ ତାହା ପୂର୍ବରୁ ମା’ଙ୍କୁ ଫୋନ୍‌ କରିଥିଲେ । ମଦ ପିଇବି କି ନାହିଁ ପଚାରିଥିଲେ । ହେଲେ ତାଙ୍କ ମା’ କହିଥିଲେ ‘ତୁମେ ଆଜି ପିଇବ କି? ଅଭ୍ୟାସ ବହୁତ ଖରାପ ଅଟେ । ତୁମକୁ ଏନ୍‌ଜୟ କରିବାକୁ ଅଛି, ତୁମେ ଏନ୍‌ଜୟ କର’।

 

Share