୪୯ ବର୍ଷରେ ପୁଣି ଥରେ ବିବାହ କରିଥିଲେ ଗୋବିନ୍ଦା, ଲୁଚାଇ ରଖିଥିଲେ ସୁନିତାଙ୍କ ସହ ସମ୍ପର୍କ; କାରଣ ଜାଣିଲେ…

ବମ୍ବେ: ନବେ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ ଗୋବିନ୍ଦା। ଗୋଟିଏ ସମୟରେ ୭୦ରୁ ଅଧିକ ଫିଲ୍ମ ପାଇଁ କାମ କରୁଥିଲେ ସେ। ଦିନକୁ ଗୋଟିଏ କି ଦୁଇଟି ନୁହେଁ ବରଂ ପାଞ୍ଚରୁ ଅଧିକ ଫିଲ୍ମ ପାଇଁ ସେ ଶୁଟିଂ କରୁଥିଲେ। ସିନେମାକୁ ଆସିବାର କିଛି ଦିନ ପରେ ସେ ବିବାହ କରିନେଇଥିଲେ। ହେଲେ ବିବାହ କଥାକୁ କାହାକୁ କହୁ ନ ଥିଲେ। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଅନେକ ବିବାହ କଥା ପ୍ରଘଟ ନ କରିବାକୁ ପରାମର୍ଶ ଦେଇଥିଲେ। ସେତେବେଳେ ଗୋବିନ୍ଦାଙ୍କୁ ଝିଅମାନେ ଚିଠି ଲେଖୁଥିଲେ। ତାଙ୍କୁ ଭଲପାଆନ୍ତି ବୋଲି କହୁଥିଲେ। ଏଣୁ ବିବାହ କଥା ଜାଣିବା ପରେ ପ୍ରଶଂସକ କମିଯିବେ ବୋଲି ସେ ଭାବିଥିଲେ।

ଦୀର୍ଘ ବର୍ଷେ ଯାଏ ସେଭଳି ଚାଲିଥିଲା। ବୈବାହିକ ଜୀବନ ଜିଉଁଥିବା ଗୋବିନ୍ଦା ବାଡୁଅ ଭଳି ଆଚରଣ କରୁଥିଲେ। ପରେ ତାଙ୍କର ଝିଅ ଜନ୍ମ ହୋଇଥିଲା। ସେତେବେଳେ କୌଣସି କାରଣକୁ ନେଇ ବାହାରକୁ ଯିବାକୁ ହେଉଥିଲେ ସେ ମନା କରି ଦେଉଥିଲେ। ନଚେତ କଥାକୁ ଟାଳି ଦେଉଥିଲେ।

୧୯୮୭ରେ ସୁନିତାଙ୍କୁ ପ୍ରଥମେ ବିବାହ କରିଥିଲେ ଗୋବିନ୍ଦା। ହେଲେ ୨୦୧୫ରେ ଗୋବିନ୍ଦା ସ୍ତ୍ରୀ ସୁନିତାଙ୍କୁ ପୁଣି ଥରେ ବିବାହ କରିଥିଲେ। ଏହା ତାଙ୍କ ମାଙ୍କ ଇଚ୍ଛା ଥିଲା। ୪୯ ବର୍ଷରେ ସେ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରନ୍ତୁ ବୋଲି ତାଙ୍କ ମା’ କହିଥିଲେ। ଶେଷରେ ତାହା ହିଁ ହୋଇଥିଲା।

Share