କରୱା ଚୌଥ୍‌ରେ ସ୍ତ୍ରୀଙ୍କୁ ଦେଲେ ବିଏମଡବ୍ଲୁ କାର୍‌, କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡ୍‌ର ଅନେକ ଯୋଡ଼ି ଏଥର କରୱା ଚୌଥ୍‌ ବେଶ୍‌ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ହାସ୍ୟ ଅଭିିନେତା ଗୋବିନ୍ଦା ସ୍ତ୍ରୀ ସୁନୀତା ଅହୁଜାଙ୍କୁ କରୱା ଚୌଥ୍‌ରେ ବିଏମଡବ୍ଲୁ କାର ଉପହାର ଦେଇ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ସେ ସ୍ତ୍ରୀଙ୍କ ସହ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। କ୍ୟାପସନ୍‌ରେ ସ୍ତ୍ରୀଙ୍କୁ ଜୀବନର ସର୍ବତ୍ତୋମ ବନ୍ଧୁ ବୋଲି ସେ କହିଛନ୍ତି। ତାଙ୍କ ଜୀବନର ପ୍ରେମ ଓ ଦୁଇ ସନ୍ତାନଙ୍କ ସୁନ୍ଦରୀ ମା’ ବୋଲି ପୋଷ୍ଟରେ ଲେଖିଛନ୍ତି। ଦୁହେଁ ପାରମ୍ପରିକ ପୋଷାକରେ ଆକର୍ଷଣୀୟ ଦେଖା ଯାଉଛନ୍ତି। ଘରର ଟେରାସରୁ ଦୁହିଁଙ୍କ ଫଟୋ ଶେୟାର ହୋଇଛି।
ଗୋବିନ୍ଦା ୧୯୮୭ ମାର୍ଚ୍ଚରେ ସୁନୀତାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ। କନ୍ୟା
ଟିନା ଅହୁଜା ଏବଂ ପୁଅ ୟଶବର୍ଦ୍ଧନ।

Share