ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ସମ୍ପର୍କକୁ ନେଇ ମଧ୍ୟ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ତେବେ ଏହି ଚର୍ଚ୍ଚାକୁ ନେଇ ଗୋବିନ୍ଦା ଓ କୋମଲ ଉଭୟେ ପୂର୍ବରୁ ନିଜ ନିଜ ପକ୍ଷ ରଖିଛନ୍ତି।
କୋମଲ ସ୍ପଷ୍ଟ କରିଛନ୍ତି ଯେ, ଗୋବିନ୍ଦାଙ୍କ ସହ ସର୍ବସାଧାରଣ ସ୍ଥାନରେ ତାଙ୍କୁ ଦେଖାଯିବା ପଛରେ କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ। ଏହା ତାଙ୍କ ପେସାଦାର କାମ ଓ ଆଗାମୀ ଫିଲ୍ମ ‘ରୂପା’ ସହ ଜଡ଼ିତ ବୋଲି ସେ କହିଛନ୍ତି। ଗୋବିନ୍ଦା ମଧ୍ୟ କୋମଲଙ୍କ ସହ ଆଫେୟାର ଥିବା ଖବରକୁ ଖଣ୍ଡନ କରିଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ଗୋବିନ୍ଦା ଓ ସୁନୀତାଙ୍କ ଝିଅ ଟିନା ଆହୁଜାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଅକ୍ଟୋବର ୩ରେ ମୁମ୍ବାଇର ଏକ ଇଭେଣ୍ଟରେ ଜଣେ ପାପାରାଜି ଟିନାଙ୍କୁ କୋମଲଙ୍କ ସୁନୀତାଙ୍କ ସମ୍ପର୍କିତ ବୟାନ ନେଇ ପ୍ରଶ୍ନ କରିଥିଲେ।
ତେବେ ଟିନା ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ। ସେ କହିଥିଲେ, “ପ୍ଲିଜ୍, ଆମେ ଏଠାରେ କେବଳ ଏହି ବିଷୟରେ କଥା ହେଉଛୁ । ଧନ୍ୟବାଦ।” ଏହା କହିବା ପରେ ସେ ସେଠାରୁ ଚାଲିଯାଇଥିଲେ। ଗୋବିନ୍ଦା ଓ କୋମଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ମଧ୍ୟରେ ଦୁହେଁଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରୁଥିବା ଦେଖାଯାଇଥିଲା। ଏହାର କିଛି ସମୟ ପରେ ସୁନୀତା ଆହୁଜା ମଧ୍ୟ ସେଠାକୁ ଏକାକୀ ଆସିଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଗୋବିନ୍ଦା ଲଗାତାର ଭାବେ କୋମଲଙ୍କ ସହ ଆଫେୟାର ଥିବା ଖବରକୁ ଖଣ୍ଡନ କରିଆସିଛନ୍ତି । ତାଙ୍କ କହିବା ଅନୁସାରେ, କୋମଲଙ୍କ ସହ ତାଙ୍କ ସମ୍ପର୍କ ପେସାଦାର ଏବଂ ଆଗାମୀ ଫିଲ୍ମ ‘ରୂପା’ ସହ ଜଡ଼ିତ । କୋମଲ ମଧ୍ୟ ସମାନ କଥା କହି ଏହି ଅନୁମାନକୁ ଖଣ୍ଡନ କରିଛନ୍ତି ।