Categories: ଜାତୀୟ

ରାଜ୍ୟପାଳ ଦେଲେ ଇସ୍ତଫା, ଲଢ଼ିବେ ବିଧାନସଭା ନିର୍ବାଚନ…

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ସେ ରାଜନୀତିରେ ସକ୍ରିୟ ଭୂମିକା ଗହଣ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ଲଢ଼ିବାକୁ ମନସ୍ଥ କରିଥିବା କୁହାଯାଉଛି।

ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ୩ ବର୍ଷ କାର୍ଯ୍ୟ କରିଥିବା ବେବି ରାଣି ପୂର୍ବରୁ ଆଗ୍ରାର ମେୟର ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।

Share