Categories: ଜାତୀୟ

କୁଳାଧିପତି ପଦରୁ ହଟିବେ କେରଳ ରାଜ୍ୟପାଳ

ଥିରୁଭାନନ୍ତପୁରମ୍‌,୧।୧୨: କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଅଣାଯାଇଥିବା ଚିଠା ବିଲ୍‌କୁ ବୁଧବାର କ୍ୟାବିନେଟ ଅନୁମୋଦନ କରିଛି। ଚିଠା ବିଲ୍‌ ଅନୁଯାୟୀ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଆଇନରେ ସଂଶୋଧନ ହେବ।

ବିଲ୍‌ ଅନୁଯାୟୀ ରାଜ୍ୟପାଳଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଲେ ତାଙ୍କୁ ଚାନ୍‌ସେଲର ପଦବୀରୁ ବହିଷ୍କାର କରାଯାଇପାରିବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share