Posted inଜାତୀୟ

ବୋଲ ମାନିଲେ ରାଜ୍ୟପାଳ: କଂଗ୍ରେସ

ନୂଆଦିଲ୍ଲୀ,୧୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ କାମ କରୁଛନ୍ତି। ଯେଉଁମାନେ ମୋଦିଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳୁଛି ବୋଲି ରବିବାର କଂଗ୍ରେସ ଟାର୍ଗେଟ କରିଛି। ବିମୁଦ୍ରୀକରଣ, ତିନି ତଲାକ୍‌, ପ୍ରିଭେସି ଓ ଅଯୋଧ୍ୟା ବିବାଦ ଭଳି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଅନେକ ମାମଲାର ରାୟ ଦେଇଥିବା ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏସ୍‌. ଅବ୍‌ଦୁଲ ନଜିର ଜାନୁୟାରୀ ୪ରେ ଅବସର ନେବା ପରେ ରବିବାର ତାଙ୍କୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ କଂଗ୍ରେସ ଏହି ଅଭିଯୋଗ ଆଣିଛି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ନଜିରଙ୍କୁ ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ପରେ ବିରୋଧୀ କଂଗ୍ରେସ ଓ ଶାସକ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହି ଅବସରରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଅଭିଷେକ ମନୁ ସିଂଘଭି ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ୨୦୧୨ର ଏକ ଭିଡିଓକୁ ଟୁଇଟରରେ ପୋଷ୍ଟ କରିଛନ୍ତି। ଅବସର ପୂର୍ବ ରାୟଗୁଡ଼ିକ ଅବସର ପରବର୍ତ୍ତୀ ନିଯୁକ୍ତି ଦ୍ୱାରା ପ୍ରଭାବିତ ବୋଲି ଏଥିରେ ଜେଟ୍‌ଲୀ କହୁଥିବା ଦେଖିବାକୁ ମିଳିଛି। ଗତ ୩-୪ ବର୍ଷ ମଧ୍ୟରେ ଜେଟ୍‌ଲୀଙ୍କ ମନ୍ତବ୍ୟର ଯଥେଷ୍ଟ ପ୍ରମାଣ ମିଳିସାରିଥିବା ରମେଶ ଟୁଇଟ୍‌ କରିଛନ୍ତି। ଜଷ୍ଟିସ୍‌ ନଜିର ନିଜ କାର୍ଯ୍ୟକାଳରେ ଅନେକ ସମ୍ବେଦନଶୀଳ ମାମଲାର ରାୟ ଦେଇଥିଲେ, ଯାହାକି ରାଜନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଥିଲା। ସେଗୁଡ଼ିକ ହେଲା ଅଯୋଧ୍ୟା ଜମି ବିବାଦ, ତିନି ତଲାକ, ବିମୁଦ୍ରୀକରଣ ଓ ପ୍ରିଭେସିକୁ ମୌଳିକ ଅଧିକାର ଘୋଷଣା। ୨୦୧୭ ଫେବୃୟାରୀ ୧୭ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ୍‌ ନାଜିର ଅନେକ ସାମ୍ବିଧାନିକ ପୀଠରେ ସାମିଲ ଥାଇ ୨୦୧୬ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ କେନ୍ଦ୍ର ସରକାର ଅଚଳ କରିବା ସପକ୍ଷରେ ରାୟ ଦେଇଥିଲେ। ସେହିପରି ସରକାରୀ ନିଯୁକ୍ତିରେ ମରାଠାମାନଙ୍କୁ ସଂରକ୍ଷଣ, ଅଭିବ୍ୟକ୍ତି ସ୍ବାଧୀନତାକୁ ମୌଳିକ ଅଧିକାର ଭାବେ ଅଭିହିତ କରିବା ଏବଂ ଉଚ୍ଚପଦସ୍ଥ ନେତା ଓ ଅଧିକାରୀଙ୍କ ବାକ୍‌ ସ୍ବାଧୀନତା ଉପରେ ରାୟ ଦେଇଥିଲେ। ୨୦୧୯ ନଭେମ୍ବରରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ରାୟରେ ରାମମନ୍ଦିର ନିର୍ମାଣର ପଥ ସୁଗମ କରିବା ସହ ସୁନ୍ନି ଓ୍ବାକ୍‌ଫ ବୋର୍ଡକୁ ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ପରିମିତ ଏକ ପ୍ଲଟ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କୁ ସୁହାଇଲା ଭଳି ରାୟ ଦେଇଥିବାରୁ ଜଷ୍ଟିସ୍‌ ନଜିରଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟପାଳ ପଦବୀ ଦିଅଯାଇଛି ବୋଲି କଂଗ୍ରେସ ଏମ୍‌ପି ମାଣିକମ୍‌ ଟେଗୋର କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ରଶିଦ୍‌ ଅଲ୍‌ଭି କହିଛନ୍ତି, ବିଚାରପତିମାନଙ୍କୁ ସରକାରୀ ନିଯୁକ୍ତି ଦିଆଯିବା ଦୁର୍ଭାଗ୍ୟଜନକ। ଏକ ରିପୋର୍ଟ ଅନୁସାରେ ସରକାର ପ୍ରାୟ ୫୦% ଅବସରପ୍ରାପ୍ତ ବିଚାରପତିଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରୁଥିବାରୁ ନ୍ୟାୟପାଳିକା ପ୍ରତି ଲୋକଙ୍କ ଆସ୍ଥା କମିବାରେ ଲାଗିଛି। ଏହା ପୂର୍ବରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାରେ ଆସନ ଦେଇଛନ୍ତି। ନ୍ୟାୟପାଳିକା ସ୍ବାଧୀନ ଓ ନିରପେକ୍ଷ ହେବା ଉଚିତ ବୋଲି ଅଲ୍‌ଭି ମତ ଦେଇଛନ୍ତି। ପ୍ରକାଶ ଯେ, ପୂର୍ବତନ ସିଜେଆଇ ପି. ସଥାଶିବମ୍‌ଙ୍କୁ ୨୦୧୪ରେ ଏନ୍‌ଡିଏ ସରକାର କେରଳ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍‌ ଫତିମା ବିବି ୧୯୯୨ରେ ଅବସର ନେବା ପରେ ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ଏଚ୍‌.ଡି. ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri