Categories: ଜାତୀୟ

ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ଉପରେ ଗୁରୁତ୍ୱାରୋପ କଲେ ରାଜ୍ୟପାଳ…

କୋଲକାତା,୧୧।୨ : ଦୁର୍ନୀତି ବିରୋଧରେ ଶୂନ ସହନଶୀଳ ନୀତି ପଶ୍ଚିମବଙ୍ଗରେ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ସିବି ଆନନ୍ଦ ବୋଷ କହିଛନ୍ତି। ଏନେଇ ସେ ଭାଜପା ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କୁ ଆଶ୍ୱାସନା ଦେଇଛନ୍ତି। କାହାକୁ ଆଇନର ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ। ଶନିବାର ରାଜଭବନରେ ଏକ ବୈଠକରେ ରାଜ୍ୟପାଳ ଏଭଳି କହିଛନ୍ତି। ରାଜ୍ୟରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ସ୍ବତନ୍ତ୍ର ଏବଂ ନିରପେକ୍ଷ ହେବ ବୋଲି ସେ କହିଛନ୍ତି।

ସୁକାନ୍ତ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ଅବଗତ କରାଇଥିଲେ। ଏନେଇ ରାଜ୍ୟପାଳ କହିଥିଲେ ଯେ, ଏଥିପ୍ରତି ସଜାଗ ଦୃଷ୍ଟି ରଖାଯିବ। ଆଇନ ବ୍ୟବସ୍ଥାର ଉପଯୋଗ ଉପଯୁକ୍ତ ସମୟରେ ପ୍ରଭାବଶାଳୀ ଢଙ୍ଗରେ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି।

Share