Categories: ଜାତୀୟ

ତାମିଲନାଡୁରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ, ଗୃହ ତ୍ୟାଗ କଲେ ରାଜ୍ୟପାଳ…

ଚେନ୍ନାଇ,୯।୧ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଅଭିଭାଷଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟ ବିଧାନସଭାରେ ରାଜ୍ୟପାଳ ଆର.ଏନ ରବି ବିବାଦ ମଧ୍ୟରେ ଗୃହ ତ୍ୟାଗ କରିଛନ୍ତି।

ବାସ୍ତବରେ ରାଜ୍ୟପାଳଙ୍କ ମୂଳ ଅଭିଭାଷଣ ରେକର୍ଡ କରିବାକୁ ବିଧାନସଭା ଏକ ପ୍ରସ୍ତାବ ପାରିତ କରିଛି। ଏହି ଅଭିଭାଷଣ ଷ୍ଟାଲିନ ସରକାର ପ୍ରସ୍ତୁତ କରିଥିଲେ। ଏଥିସହିତ ଅଭିଭାଷଣରେ ଯୋଗ କରାଯାଇଥିବା ରାଜ୍ୟପାଳଙ୍କ ଅଂଶଗୁଡ଼ିକୁ ହଟାଇବାକୁ କୁହାଯାଇଥିଲା, ପରେ ରାଜ୍ୟପାଳ ଗୃହତ୍ୟାଗ କରି ବାହାରକୁ ପଳାଇ ଯାଇଥିଲେ।

Share