Categories: ଜାତୀୟ

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡୁନ,୯ ।୯: ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି ଆଗକୁ ବି ସେ ଦେବଭୂମୀର ସେବା କରିବାକୁ ଇଚ୍ଛା ରଖିଛନ୍ତି । ହେଲେ ହଠାତ୍ ତାଙ୍କର ବଦଳି ହୋଇଗଲା । ଏହାକୁ ନେଇ ଏବେ ଚାପା ଗୁଞ୍ଜରଣ ଉଠିଛି । ଉତ୍ତରାଖଣ୍ଡ ରାଜନୀତି ବି ହୋଇଛି ସରଗରମ । ତାଙ୍କ ଇସ୍ତଫା ଖବର ଶୁଣିବା ପରେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ ଅସମୟରେ ସେ କାହିଁକି ରାଜଭବନରୁ ବିଦାୟ ନେଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେବି ରାଣୀ ମୌର୍ଯ୍ୟ ୩ଦିନ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ୍ କରିଥିଲେ । ଏହାପରେ ସେ ଇସ୍ତଫା ଦେଇଛନ୍ତି । ତେବେ ଉଭୟଙ୍କ ସାକ୍ଷାତ୍ ସମୟରେ ବେବି ରାଣୀଙ୍କ ବିଦା ହେବାର ପଟ୍ଟକଥା ଲେଖାଯାଇଥିବା ଆଲୋଚନା ହେଉଛି । କିଛିଦିନ ହେବ ରାଜଭବନ ଓ ସରକାରଙ୍କ ମଧ୍ୟରେ ଭଲ ତାଳମେଳ ନ ଥିବା କୁହାଯାଉଛି । ତେଣୁ ଅସମୟରେ ହୁଏତ ରାଜ୍ୟପାଳ ଇସ୍ତଫା ଦେଲେ ।

Share