Categories: ଜାତୀୟ

ଲେୟର ଶର୍ଟ ବିଜ୍ଞାପନ ନେଇ ସରକାରଙ୍କ କଡ଼ା ପଦକ୍ଷେପ, ଟୁଇଟର-ୟୁଟ୍ୟୁବରୁ ହଟାଇବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୪।୬ : ବଡ଼ି ସ୍ପ୍ରେ ଲେୟର ଶର୍ଟ ବିବାଦୀୟ ବିଜ୍ଞାପନ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞାପନକୁ ରୋକିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ଏହି ବିଜ୍ଞାପନକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ସରକାର ଟୁଇଟର ଏବଂ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବିଜ୍ଞାପନକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଲୋକେ କମ୍ପାନୀର ସମାଲୋଚନା କରୁଥିବାବେଳେ ସରକାର ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ମହିଳା ଆୟୋଗ ପକ୍ଷରୁ ଏହି ବିଜ୍ଞାପନ ନେଇ ଆପତ୍ତି କରାଯିବା ସହିତ ଦିଲ୍ଳୀ ପୋଲିସକୁ ଏନେଇ ମାମଲା ଦାଏର ପାଇଁ କୁହାଯାଇଛି।

ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଏହି ବିଜ୍ଞାପନ ବଳାତ୍କାର ମାନସିକତାକୁ ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି। ଏହାକୁ ଶୀଘ୍ର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ହଟାଇବାକୁ ମହିଳା ଆୟୋଗ ଦାବି କରିଛି।

Share