Posted inଜାତୀୟ

ବେକାରଙ୍କୁ ଲିଙ୍କ୍ଡଇନ୍‌ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବାକୁ ସରକାରଙ୍କ ଯୋଜନା…

ନୂଆଦିଲ୍ଲୀ, ୫।୫ : ବୃତ୍ତିଗତ ସୋସିଆଲ ନେଟୱାର୍କିଂ ସାଇଟ ଲିଙ୍କ୍ଡଇନ୍‌ ମାଧ୍ୟମରେ ଦେଶର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଖୁବ ଶୀଘ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଲିଙ୍କ୍ଡଇନ୍‌ ହେଉଛି ଏକ ସାଇଟ ଯାହା ବୃତ୍ତିଗତ ଲୋକଙ୍କ ସହ ଯୋଡିହେବା, ଚାକିରି ପାଇବା ପାଇଁ ବ୍ୟବହୃତ ହୋଇଥାଏ। ଦେଶରେ ବେକାରଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ସରକାର ଏଭଳି ଏକ ସ୍ବଦେଶୀ ପୋର୍ଟାଲ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ନିଯୁକ୍ତିଦାତା ପ୍ରାର୍ଥୀଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ।

ନ୍ୟୁଜ୍‌ ଏଜେନ୍ସି ହିନ୍ଦୁସ୍ଥାନ ସୂଚନା ଅନୁଯାୟୀ, ୪ ଟି ବିଭିନ୍ନ ପୋର୍ଟାଲର ତଥ୍ୟକୁ ଏକତ୍ର କରିବା ଦିଗରେ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଏସବୁ ଇଣ୍ଟିଗ୍ରେଟେଡ ଡାଟା ନ୍ୟାଶନାଲ କ୍ୟାରିଅର୍‌ ସର୍ଭିସ ପୋର୍ଟାଲରେ ପ୍ରଦର୍ଶିତ ହେବ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଅନୁଯାୟୀ, ନୂତନ ସିଷ୍ଟମ ମାଧ୍ୟମରେ ଲୋକଙ୍କୁ ନିଯୁକ୍ତ ପ୍ରଦାନ ପୂର୍ବରୁ ସେମାନଙ୍କ ଯୋଗ୍ୟତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ନିଯୁକ୍ତିଦାତାଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିବ।

ଫଳରେ ଉପଯୁକ୍ତ ପ୍ରାର୍ଥୀ ଖୋଜିବା ଏହା ଦ୍ୱାରା ସହଜ ହେବ ଏବଂ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସୁଯୋଗ ଉପଲବ୍ଧ ହେବ। ଚାକିରି ଖୋଜୁଥିବା ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହୋଇ ପାରିବ।

 

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟରେ ୪ ଟି ବିଭିନ୍ନ ପୋର୍ଟାଲକୁ ଏକୀକୃତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଜନା ଘୋଷଣା କରିଥିଲେ। ଏହା ଅନ୍ତର୍ଗତ ଛୋଟ ବ୍ୟବସାୟୀଙ୍କ ସହ ଜଡିତ ପୋର୍ଟାଲ ଉଦ୍ୟୋଗଗୁଡିକର ତଥ୍ୟ, ଅସଂଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକମାନଙ୍କର ଇ-ଶ୍ରମ ପୋର୍ଟାଲ, ନିଯୁକ୍ତି ସହ ଜଡିତ ଜାତୀୟ କ୍ୟାରିଅର୍‌ ସର୍ଭିସ ପୋର୍ଟାଲ ଏନସିଏସ ଏବଂ ଆତ୍ମନିର୍ଭରଶୀଳ ସ୍କିଲ ଏମ୍ପ୍ଲଇ-ଏମ୍ପ୍ଲୟର୍‌ ମ୍ୟାପିଂ ପୋର୍ଟାଲକୁ ଯୋଡ଼ା ଯିବା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା।

ଶ୍ରମ ମନ୍ତ୍ରଣାଳୟର କହିବାନୁସାରେ, ସମସ୍ତ ପୋର୍ଟାଲଗୁଡ଼ିକର ତଥ୍ୟ ଏକ ସ୍ଥାନରେ ଏକତ୍ରିତ ହେବ। ସମ୍ପ୍ରତି ନ୍ୟାଶନାଲ କ୍ୟାରିୟର ପୋର୍ଟାଲରେ ୧.୮୭ ଲକ୍ଷରୁ ଅଧିକ ନିଯୁକ୍ତିଦାତା ପଞ୍ଜିକୃତ ହୋଇଛନ୍ତି ଏବଂ ବହୁ ସଂଖ୍ୟକ ଚାକିରୀ ଆଶାୟୀ ମଧ୍ୟ ଏହି ପୋର୍ଟାଲରେ ନିଜ ତଥ୍ୟ ପ୍ରଦାନ କରିଛନ୍ତି।

ସରକାର କହିଛନ୍ତି ଯେ ଚାକିରୀ ପ୍ରଦାନକାରୀଙ୍କ ସହିତ ଆଶାୟୀ ମଧ୍ୟ ରହିଛନ୍ତି। କିନ୍ତୁ କିଛି କାରଣରୁ ଉଭୟ ଚାକିରୀ ଖୋଜୁଥିବା ତଥା ପ୍ରଦାନକାରୀଙ୍କ ସନ୍ଧାନ ଅସମ୍ପୂର୍ଣ୍ଣ ରହିଯାଉଛି। ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତିଦାତାଙ୍କ ପାଖରେ ଆଶାୟୀଙ୍କ ସୂଚନା ପହଞ୍ଚାଇବା ଲାଗି ସରକାର ଏଭଳି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri