ଧନୁଯାତ୍ରାରେ ସରକାରଙ୍କ ବଡ଼ ଘୋଷଣା : ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି ଧମକକୁ ଡରେ ନାହିଁ ଏବଂ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ କିଣିବା ପାଇଁ ବଦ୍ଧ ପରିକର ବୋଲି ଶୁକ୍ରବାର ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଉପ ମୁଖ୍ୟମନ୍ତ୍ରୀଙ୍କ ଏହି କଥାରେ ଉତ୍‌ଫୁଲ୍ଲିତ ହୋଇ କଂସ ମହାରାଜ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜ୍ୟରେ ଚାଲିଥିବା ବିକାଶଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟଦିନ ଭଳି ମଥୁରାଧିପତି କଂସ ମହାରାଜ ରାଜମହଲରୁ ଦିଗ୍‌ବିଜୟରେ ବାହାରିଥିଲେ। ଅପରପକ୍ଷେ ମଥୁରାକୁ ଆସିଥିବା ବେନିଭାଇ କୃଷ୍ଣ, ବଳରାମଙ୍କ ସହିତ ସୁଦାମା, ମାଳୀଙ୍କ ସାକ୍ଷାତ ହୋଇଥିଲା। ସେହିପରି କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦୃଶ୍ୟାଭିନୟ ଚିତ୍ତାକର୍ଷକ ହୋଇଥିଲା। ରାଜ ଦରବାର ଏବଂ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri