ଧନୁଯାତ୍ରାରେ ସରକାରଙ୍କ ବଡ଼ ଘୋଷଣା : ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି ଧମକକୁ ଡରେ ନାହିଁ ଏବଂ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ କିଣିବା ପାଇଁ ବଦ୍ଧ ପରିକର ବୋଲି ଶୁକ୍ରବାର ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଉପ ମୁଖ୍ୟମନ୍ତ୍ରୀଙ୍କ ଏହି କଥାରେ ଉତ୍‌ଫୁଲ୍ଲିତ ହୋଇ କଂସ ମହାରାଜ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜ୍ୟରେ ଚାଲିଥିବା ବିକାଶଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟଦିନ ଭଳି ମଥୁରାଧିପତି କଂସ ମହାରାଜ ରାଜମହଲରୁ ଦିଗ୍‌ବିଜୟରେ ବାହାରିଥିଲେ। ଅପରପକ୍ଷେ ମଥୁରାକୁ ଆସିଥିବା ବେନିଭାଇ କୃଷ୍ଣ, ବଳରାମଙ୍କ ସହିତ ସୁଦାମା, ମାଳୀଙ୍କ ସାକ୍ଷାତ ହୋଇଥିଲା। ସେହିପରି କାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଦୃଶ୍ୟାଭିନୟ ଚିତ୍ତାକର୍ଷକ ହୋଇଥିଲା। ରାଜ ଦରବାର ଏବଂ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି।...

ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ

ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍‌ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା

ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍‌ କରିଦେଇଛି। ଦେଢ଼ ବର୍ଷ ତଳେ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି...

ଭୟଙ୍କର ଦୁର୍ଘଟଣା: କାର୍‌କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଶିଶୁକନ୍ୟା ସମେତ ଗୋଟିଏ ପରିବାରର ୩ ମୃତ

ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri