Categories: ଜାତୀୟ

ନିଜ ଉତ୍ତରାଧିକାରୀ ବାଛିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ,୭।୧୦: ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଶୁକ୍ରବାର ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କୁ ଏକ ଚିଠି ଲେଖିଛନ୍ତି। ଜଷ୍ଟିସ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ।
ନୂତନ ସିଜେଆଇର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଲଲିତଙ୍କୁ ଏକ ଚିଠି ଲେଖିଛି। ଅବସର ନେବା ପୂର୍ବରୁ, ସିଜେଆଇ ବରିଷ୍ଠ-ବିଚାରପତିଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରିବେ।
ସୂଚନାନୁସାରେ, ଏ.ଭି ରାମନ୍ନାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ୨୬ ଅଗଷ୍ଟ ୨୦୨୨ରେ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଲଲିତଙ୍କୁ ନିଯୁକ୍ତ କରାଯାଇଥିଲା।

Share