Categories: ଜାତୀୟ

ସରକାରଙ୍କୁ ଘାରିଛି ଭୋଟ ଚିନ୍ତା, କୁସ୍ତିଯୋଦ୍ଧାଙ୍କ ସମସ୍ୟା ତାଙ୍କ ପାଇଁ ନୁହେଁ ଗୁରୁତ୍ୱପୂର୍ଣ୍ଣ: ସିବଲ…

ନୂଆଦିଲ୍ଲୀ,୩୧।୫ : ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଉପରେ ରାଜ୍ୟସଭା ଏମପି କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ବ୍ରିଜ ଭୂଷଣ ଭାଜପା ସହ ଜଡିତ ଥିବାରୁ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ପାଇଁ ପୋକ୍ସୋ ଆଇନ ପ୍ରଯୁଜ୍ୟ ଏବଂ ସେମାନଙ୍କୁ ତୁରନ୍ତ ଗିରଫ ମଧ୍ୟ କରାଯାଇଥାଏ। ଏଭଳି କାର୍ଯ୍ୟ ଯୁକ୍ତିଯୁକ୍ତ କି?

ସରକାରଙ୍କୁ ଭୋଟ ଚିନ୍ତା ଘାରିଛି। କୁସ୍ତିଯୋଦ୍ଧାଙ୍କ ସମସ୍ୟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ବାସ୍ତବରେ, ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା କୁସ୍ତିଯୋଦ୍ଧାମାନେ ନିଜ ପଦକ ବିସର୍ଜନ କରିବାକୁ ହରିଦ୍ୱାରକୁ ଯାଉଥିଲେ। କିନ୍ତୁ କୃଷକ ନେତା ରାକେଶ ଟିକାଏତ ସେମାନଙ୍କୁ ତାହା କରିବାରୁ ଅଟକାଇଥିଲେ। ତେବେ ଏହା ପରେ କୁସ୍ତିଯୋଦ୍ଧାମାନେ ସରକାରଙ୍କୁ ପାଞ୍ଚ ଦିନ ସମୟ ଦେଇଛନ୍ତି।

ଅଲିମ୍ପିକ ପଦକ ବିଜେତା ସାକ୍ସି ମଲିକ, ବଜରଙ୍ଗ ପୁନିଆ ଏବଂ ଏସୀୟ ଗେମ୍ସର ପଦକ ବିଜେତା ବିନେଶ ଫୋଗେଟ ହରି କି ପୌରୀରେ ପହଞ୍ଚି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ।

ସିବଲ ଏକ ଟୁଇଟରେ କହିଛନ୍ତି ବ୍ରିଜ ଭୂଷଣ ସିଂଙ୍କ ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କ ପାଇଁ ୧୬୪ ବିବୃତ୍ତି ପରେ ଏବଂ ପୋକ୍ସୋ ମାମଲାରେ ଗିରଫଦାରୀ ପ୍ରଯୁଜ୍ୟ। କିନ୍ତୁ ବ୍ରିଜ ଭୂଷଣଙ୍କ କ୍ଷେତ୍ରରେ ଏହା ଲାଗୁ ହେଉନାହିଁ। କାରଣ ସେ ଭାଜପାରୁ ଆସିଛନ୍ତି। ତାଙ୍କର ସେଥି ପ୍ରତି ଚିନ୍ତା ନାହିଁ।

Share