କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଉପଲବ୍ଧ ହେଉଛି। ତେବେ ଲୋକେ କେଉଁ ଟିକା ନେବେ ତାହାକୁ ପସନ୍ଦ କରିପାରିବେ ନାହିଁ। ସରକାର କାହାକୁ କେଉଁ ଟିକା ଦିଆଯିବ ତାହାର ନିଷ୍ପତ୍ତି ନେବେ ବୋଲି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ପୃଥିବୀର କେତେକ ଦେଶରେ ଏକାଧିକ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେଉଛି। ତେବେ କେଉଁ ଟିକା ନେବେ ତାହାର ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ଛଡ଼ାଯାଇ ନ ଥିବା ସେ କହିଛନ୍ତି। ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯିବ। ପ୍ରଥମ ଟିକା ଦିଆଯିବା ୨୮ ଦିନ ପରେ ଦ୍ୱିତୀୟ ଥର ପାଇଁ ଟିକାକରଣ କରାଯିବ। ପ୍ରଥମ ଟିକା ଦିଆଯିବାର ୧୪ ଦିନ ପରେ ଶରୀରରେ ଏହାର ପ୍ରଭାବ ସମ୍ପର୍କରେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।

Share