Categories: ଜାତୀୟ

ଟୁଇଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨ ।୧୦: ଭାରତର ଭୁଲ୍ ମାନଚିତ୍ର ଦେଖାଇବା ଅଭିଯୋଗରେ କେନ୍ଦ୍ର ସରକାର ଟୁଇଟରକୁ କଡା ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି ଦେଶର ସାର୍ବଭୌମତ୍ନ ଓ ଅଖଣ୍ଡତାକୁ ଅବମାନନା କରିବା ପାଇଁ ଟୁଇଟରର ପ୍ରାୟସ ଗ୍ରହଣୀୟ ନୁହେଁ । ଏହାପରେ ଟୁଇଟର କହିଛି ସେ ଭାବନାକୁ ସମ୍ମାନ କରେ ଓ ସରକାରଙ୍କ ସହ କାମ କରିବାକୁ ପ୍ରତିଶ୍ରୁତି ବଦ୍ଧ । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ(ଆଇଟି) ର ସଚିବ ଅଜୟ ସାହାଣୀ ଏହାକୁ ନେଇ ଟୁଇଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜ୍ୟାକ ଡୋର୍ସିଙ୍କୁ କଡା ଶବ୍ଦରେ ଏକ ପତ୍ର ଲେଖିଛନ୍ତି । ସାହାଣୀ କହିଛନ୍ତି ଯେ ଏଭଳି କୌଣସି ପ୍ରୟାସ କେବଳ ଟୁଇଟର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ସହ ଟୁଇଟରର ନିରପେକ୍ଷତାକୁ ଏକ ମାଧ୍ୟମ ଭାବେ ସନ୍ଦେହଜନକ କରିଥାଏ । ସୂଚନାଯୋଗ୍ୟ, ଟୁଇଟର ଲେହର ଭୌଗୋଳିକ ସ୍ଥିତିକୁ ଦର୍ଶାଇବାକୁ ଯାଇ ଜମ୍ମୁ-କଶ୍ମୀରକୁ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ଅଂଶ ବୋଲି ଦର୍ଶାଇଥିଲା । ଉକ୍ତ ପ୍ରତ୍ର ମାଧ୍ୟମରେ ସାହାଣୀ ଦର୍ଶାଇଛନ୍ତି କି ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।

Share