ସରକାରୀ ସ୍କୁଲ ପିଲାଙ୍କୁ ପ୍ରୋତ୍ସାହନ: ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ମିଳିବ ୧୫% ସଂରକ୍ଷଣ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଡାକ୍ତରୀ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ ନାମଲେଖା ପାଇଁ ସରକାରୀ ହାଇସ୍କୁଲ ପିଲାଙ୍କୁ ୧୫% ସ୍ଥାନ ସଂରକ୍ଷଣ ମିଳିବ। ଏ ନେଇ ମଙ୍ଗଳବାର ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି। ସୋମବାର ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏ ସମ୍ପର୍କିତ ଏକ ସଂକଳ୍ପ ବିଧାନସଭାରେ ଆଗତ କରିଥିଲେ। ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିସ ଆଧାରରେ ଏହି ସଂକଳ୍ପ ବିଧାନସଭାରେ ଅଣାଯାଇଥିଲା। ସରକାରୀ ସ୍କୁଲ ପିଲାଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବାକୁ ପୂର୍ବରୁ ସରକାର ଘୋଷଣା କରିଥିଲେ। ଏହାକୁ କମିଟି ତର୍ଜମା କରୁଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ନିଟ୍‌ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟରେ ସରକାରୀ ସ୍କୁଲ ଓ କଲେଜଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ପରିଲକ୍ଷିତ ହେଉଛି। ଏହି ଛାତ୍ରୀଛାତ୍ରମାନଙ୍କ ମେଧାର ଅଭାବ ଯୋଗୁ ନୁହେଁ ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ପାଇପାରୁ ନ ଥିବାରୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏଥିପାଇଁ ଯେଉଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ ତାହା କେବଳ ଏହି କୋଚିଂ ସେଣ୍ଟରଗୁଡ଼ିକରେ ହିଁ ଉପଲବ୍ଧ ହୋଇଥାଏ। କୋଚିଂ ସେଣ୍ଟରଗୁଡ଼ିକ ମୁଖ୍ୟତଃ ସହରଭିତ୍ତିକ ଏବଂ ସେଠାରେ ତାଲିମ ନେବା ପାଇଁ ବିପୁଳ ପରିମାଣ ଅର୍ଥର ଆବଶ୍ୟକତା ରହିଛି। ସରକାରୀ ସ୍କୁଲ ଓ କଲେଜରେ ପଢୁଥିବା ପିଲାମାନଙ୍କ ପକ୍ଷରେ ଆର୍ଥିକ ଦୃଷ୍ଟିରୁ ଏହି ସବୁ କୋଚିଂ କେନ୍ଦ୍ରରେ ତାଲିମ ନେବା ସମ୍ଭବ ହୋଇପାରୁ ନାହିଁ। ଏହାଛଡ଼ା କୋଚିଂ ସେଣ୍ଟରଗୁଡ଼ିକଠାରୁ ଦୂରରେ ରହୁଥିବାରୁ ନିୟମିତ କୋଚିଂ ନେବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏହା ଓଡ଼ିଶାର ସଂଖ୍ୟାଧିକ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ଅସମାନ ପରିସ୍ଥିତି ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ ଓଡ଼ିଶାର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଉପଯୁକ୍ତ ସଂଖ୍ୟକ ସ୍ଥାନ ସଂରକ୍ଷଣ ଲାଗି ସଂକଳ୍ପ ଗ୍ରହଣ କରିଛି। ଏ ସମ୍ପର୍କରେ ଆବଶ୍ୟକ ସୁପାରିସ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇଥିଲା। ଏହି କମିଟି ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପରେ କେତେକ ସୁପାରିସ କରିଛନ୍ତି।
କମିଟି ପକ୍ଷରୁ ଅନୁଧ୍ୟାନ କରି କୁହାଯାଇଛି ଯେ, ଓଡ଼ିଶାରେ ସରକାରୀ ସ୍କୁଲଗୁଡ଼ିକରେ ୮୬ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ ରାଜ୍ୟ ମେଡିକାଲ କଲେଜରେ ୨୩ ପ୍ରତିଶତ ଏବଂ ଇଞ୍ଜିନିୟରିଂ କଲେଜରେ ୨୧ ପ୍ରତିଶତ ସିଟ୍‌ରେ ସ୍ଥାନ ପାଇବାରେ ସଫଳ ହେଉଛନ୍ତି। ଅନ୍ୟପକ୍ଷରେ ଘରୋଇ ସ୍କୁଲରେ ମାତ୍ର ୧୨ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ ସେମାନେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୬୦ ପ୍ରତିଶତ ସିଟ୍‌ ପାଇପାରୁଛନ୍ତି। ଏହା ସ୍ପଷ୍ଟ ଯେ, କୋଚିଂ ସେଣ୍ଟରଗୁଡ଼ିକ ଜାତୀୟ ପ୍ରବେଶିକା ପରୀକ୍ଷା ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେଠାରେ ନାମ ଲେଖାଇବା ପାଇଁ ଆର୍ଥିକ ତଥା ପାରିପାର୍ଶ୍ୱିକ ସୁବିଧା ଅଭାବରୁ ଏଭଳି ବିଷମତା ସୃଷ୍ଟି ହେଉଛି। ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ପ୍ରଭାବିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କମିଟି ୩ଟି ସୁପାରିସ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମତଃ ରାଜ୍ୟର ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଦ୍ୱିତୀୟତଃ ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାମାନଙ୍କ ସମେତ ସବୁ ସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ। ତୃତୀୟତଃ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଓଡ଼ିଶା ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଶନ୍ସ(ରେଗୁଲେଶନ ଅଫ୍‌ ଆଡ୍‌ମିଶନ ଆଣ୍ଡ ଫିକ୍ସେଶନ ଅଫ୍‌ ଫି’) ଆକ୍ଟ-୨୦୦୭ର ଧାରା ୯ ଅନୁଯାୟୀ ବିଜ୍ଞପ୍ତି ଜାରି କରିପାରିବେ। ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିସକୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ନିବେଦନ କରିଥିଲେ। ଏହାଦ୍ୱାରା ରାଜ୍ୟର ମେଧାବୀ ଓ ବୁଦ୍ଧିମାନ ଛାତ୍ରୀଛାତ୍ର ଯେଉଁମାନଙ୍କର କୋଚିଂ ପ୍ରତିଷ୍ଠାନଗୁଡ଼ିକରେ ପଢ଼ିବା ପାଇଁ ଆର୍ଥିକ ଏବଂ ପାରିପାର୍ଶ୍ୱିକ ସୁବିଧା ନାହିଁ ସେମାନଙ୍କ ମନୋବଳ ବୃଦ୍ଧି କରିବ। ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିସକୁ ବିଧାନସଭାର ସଦସ୍ୟମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅନୁରୋଧ କରିଥିଲେ।
ସଂକଳ୍ପକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସମର୍ଥନ କରିବା ସହ କହିଥିଲେ ଯେ, ସରକାରଙ୍କ ଦୀର୍ଘ ୨୨ ବର୍ଷ ପରେ ମଧ୍ୟ ସରକାରୀ ସ୍କୁଲ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ମିଳିପାରିଲା ନାହିଁ। କେବଳ ସଂକଳ୍ପ କଲେ ହେବ ନାହିଁ, ପିଲାମାନେ କିପରି ଅଧିକ ସଂଖ୍ୟାରେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ସଂକଳ୍ପ ଏକ ଐତିହାସିକ ନିଷ୍ପତ୍ତି। ଏହାଦ୍ୱାର ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଭାଜପା ସଦସ୍ୟ ମୋହନ ମାଝି ଏହି ସଂକଳ୍ପକୁ ସମର୍ଥନ କରିଥିଲେ। କେବଳ ସଂକଳ୍ପ ପାରିତ କଲେ ହେବ ନାହିଁ, ସ୍କୁଲ ଭିତ୍ତିଭୂମି କିପରି ଭଲ ହେବ ସେ ନେଇ ସରକାର ବ୍ୟବସ୍ଥା କରିବା ଦରକାର ବୋଲି କହିଥିଲେ। ଶେଷରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ସ୍ଥାନ ସଂରକ୍ଷଣ ସଂକଳ୍ପ ବିଧାନସଭାର ଅନୁମୋଦନ ଲାଭକରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri