ସରକାରୀ ରାଜକୋଷ ଲୁଟ୍‌ ଯୋଜନା

ସମ୍ବଲପୁର,୨୩ା୧୨(ବ୍ୟୁରୋ): ଏନ୍‌ଏଚ୍‌ଏଆଇ ପକ୍ଷରୁ ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ନେକଲେସ ରାସ୍ତା ନିର୍ମାଣ କରିବାକୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ୩ (ଏ) ନୋଟିସ ହେବା ପରେ ମଧ୍ୟ ଅଧିକ କ୍ଷତିପୂରଣ ପାଇବା ଆଶାରେ ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ଜମି ଉପରେ ଘର ନିର୍ମାଣ ଚାଲିଛି। ପୂର୍ବରୁ ୫୫ନଂ ଜାତୀୟ ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମୟରେ ବ୍ୟାପକ ଅର୍ଥ ଆତ୍ମସାତ୍‌ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ସମ୍ପୃକ୍ତ କମ୍ପାନୀ ୨୩ଲକ୍ଷ ଟଙ୍କା ସରକାରଙ୍କୁ ଫେରସ୍ତ କରିଥିଲା। ସେହିପରି କୋର୍ଟ ଆଳ ଦେଖାଇ ଅନେକ ଲୋକ ବେଆଇନ ଭାବେ ଘର ନିର୍ମାଣ କରି ଟଙ୍କା ହଡ଼ପ କରିଥିବା ନଜିର ରହିଛି। ଭୂଅର୍ଜନ ବିଭାଗ ବେଳ ଥାଉ ନିର୍ମାଣ କାମରେ ରୋକ ନ ଲଗାଇଲେ ସରକାରୀ ରାଜକୋଷ ଲୁଟ୍‌ ହେବା ଆଶଙ୍କା ରହିଥିବା ମାନେଶ୍ୱରର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗକ୍ରମେ, ସହରରେ ରାସ୍ତା ନିର୍ମାଣ ଲାଗି ଗତ ଜୁଲାଇ ମାସରୁ ଜମି ଅଧିଗ୍ରହଣ ପାଇଁ ଖବରକାଗଜ ଓ ବିଭିନ୍ନ ଗ୍ରାମକୁ ନୋଟିସ କରାଯାଇଛି। ଜମିର ପ୍ଲଟ ନମ୍ବର, ମୌଜା, ଖାତା ନମ୍ବର ସହ କେତେ ପରିମାଣ ଜମି ଅଧିଗ୍ରହଣ କରାଯିବ ତାହାର ସୂଚନା ଦିଆଯାଇଛି। କେତେକ ଜମି ମାଲିକଙ୍କୁ ମଧ୍ୟ ସ୍ବତନ୍ତ୍ର ଭୂଅର୍ଜନ ବିଭାଗ ପକ୍ଷରୁ ନୋଟିସ୍‌ କରାଯାଇଛି। ଏହା ଜାଣିବା ପରେ ଜମି ମାଲିକମାନେ ଅଧିଗ୍ରହଣ ହେଉଥିବା ଜମି ଉପରେ ଘର ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି। ପଶ୍ଚିମ ବଙ୍ଗ, ବିହାରରୁ ଶ୍ରମିକ ଆଣି ଯୁଦ୍ଧକାଳୀନ ଭିତ୍ତିରେ ଘର ବାହାରପଟ କାମ କରୁଛନ୍ତି। ଅନେକ ଜମି ମାଲିକ ଘର କାମ ମଧ୍ୟ ଶେଷ କରିଛନ୍ତି। ସରକାରଙ୍କ ପାଖରୁ ଅଧିକ କ୍ଷତିପୂରଣ ରାଶି ମିଳିବା ଆଶାରେ ଏଭଳି ନିର୍ମାଣ କାମ କରୁଛନ୍ତି। ଏଥିରେ ଭୂଅର୍ଜନ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ସ୍ଥାନୀୟ ଦଲାଲମାନଙ୍କ ସମ୍ପୃକ୍ତି ରହିଛି। ଏହାକୁ ନେଇ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଘର ନିର୍ମାଣ କରୁଥିବା ମାଲିକମାନେ ଧମକ ଦେଇ କହୁଛନ୍ତି, ବିଭାଗ ସହିତ କଥା ହୋଇ ନିର୍ମାଣ କରୁଛୁ, ଆମର କେହି କିଛି କରିପାରିବେ ନାହିଁ। ନିୟମ ଦୃଷ୍ଟିରୁ ଅଧିଗ୍ରହଣ ନୋଟିସ ପରେ ଉକ୍ତ ମୌଜାର ଜମି କିସମ ପରିବର୍ତ୍ତନ ହୋଇପାରେନାହିଁ। ଏହାସହ ଉକ୍ତ ଜମିରେ ନିର୍ମାଣ କାମରେ ରୋକ ଲଗାଯାଇଥାଏ। ଯଦି ଅତ୍ୟାବଶ୍ୟକ ଥିବ ତା’ହେଲେ ଜିଲାପାଳଙ୍କ ଅନୁମତିରେ ଘର ନିର୍ମାଣ କରାଯାଇଥାଏ। ହେଲେ ଏଠାରେ ନିୟମର ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ କହିଛନ୍ତି, ଅଧିଗ୍ରହଣ ହେବା ପୂର୍ବରୁ ଉକ୍ତ ଜମିର ଜିପିଏସ୍‌ ଓ ସରଜମିନ ତଦନ୍ତ କରି ଭିଡିଓଗ୍ରାଫି ଓ ଫଟୋଗ୍ରାଫ ରେକର୍ଡ କରାଯାଇଛି। ନୋଟିସ ଦିନପରେ ଯେଉଁ ଘରଗୁଡ଼ିକ ନିର୍ମାଣ କରାଯିବ ତାହା ସ୍ପଷ୍ଟଭାବେ ଜଣାପଡ଼ିଯିବ। ଏହାକୁ ରୋକିବା ପାଇଁ ଜିଲା ପ୍ରଶାସନକୁ ପୂର୍ବରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଭୂଅର୍ଜନ ଅଧିକାରୀ ସରୋଜ ମିଶ୍ର କହିଛନ୍ତି, ନୋଟିସ ପୂର୍ବରୁ ସମସ୍ତ ସର୍ଭେ ଶେଷ ହୋଇଛି। କାହାକୁ ଘର ତିଆରି କରିବାରେ ମନା ନାହିଁ, ହେଲେ ଟଙ୍କାଟିଏ ମଧ୍ୟ ଦିଆଯିବ ନାହିଁ ବୋଲି ରୋକଠୋକ କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ନେକଲେସ ରୋଡ୍‌ ନିର୍ମାଣ କରାଯିବ। ଏହା ୫୩ନଂ. ଜାତୀୟ ରାଜପଥର ଗୋସାଳା, କଟାପାଲିରୁ ବାହାରି ମାନେଶ୍ୱର, ଜୟନ୍ତପୁର, କବରାପାଲି ଦେଇ ଶାସନ ନିକଟ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରିବ। ଏଥିରେ ଦୁଇଟି ଜାତୀୟ ରାଜପଥ ଦେଇ ରାସ୍ତା ରହିଥିବା ବେଳେ ମହାନଦୀରେ ବ୍ରିଜ ଓ ରେଳ ବ୍ରିଜ ନିର୍ମାଣ ହେବ। ଏଥିପାଇଁ ଡ୍ରଇଂ ହୋଇ ଟେଣ୍ଡର କାମ ଶେଷ ହୋଇଛି। ଏହି ୪ଥାକିଆ ରାସ୍ତା ପାଇଁ ପ୍ରାୟ ୧୦୦୦କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri