Categories: ଜାତୀୟ

ଶହୀଦଙ୍କୁ ସଲାମ! ଜମ୍ମୁ-କଶ୍ମୀର ପ୍ରଶାସନ ଶହୀଦଙ୍କ ନାମରେ ନାମିତ କରିବେ ୫୭ ସ୍କୁଲ, ସଡ଼କର ନାମ

ଶ୍ରୀନଗର,୩୧ ।୧: ଜମ୍ମ-କଶ୍ମୀର ପ୍ରଶାସନ ଶହୀଦ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ-କଶ୍ମୀରରେ ଏବେ ୫୭ ସ୍କୁଲ ଓ ସଡ଼କର ନାମ ଶହୀଦ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ନାମିତ କରାଯିବ । ଯେଉଁମାନଙ୍କ ନାମରେ ଏସବୁ ନାମକରଣ କରାଯିବ ସେମାନଙ୍କ ମଧ୍ୟରେ ଶ୍ରୀନଗରରେ ଥିବା ଏକ ଔଷଧ କମ୍ପାନୀର ମାଲିକ କଶ୍ମିରୀ ପଣ୍ଡିତ ମାଖନଲାଲ ବିନ୍ଦୁ ଓ ପୋଲିସ ଅଧିକ୍ଷକ ମୋହମ୍ମଦ ଅୟୁବ ପଣ୍ଡିତ ସାମିଲ ଅଛନ୍ତି ।
ମୋହମ୍ମଦ ଅୟୁବ ପଣ୍ଡିତଙ୍କୁ ଜାମିଆ ମସଜିଦ ନିକଟରେ ୨୦୧୭ରେ ପିଟି ପିଟି ମାରି ଦିଆଯାଇଥିଲା । ଅନ୍ୟପଟେ ବିନ୍ଦୁଙ୍କୁ ୫ ଅକ୍ଟୋବର ୨୦୨୧ରେ ଆତଙ୍କବାଦୀମାନେ ଗୁଳି କରି ଦେଇଥିଲେ । ଏହି ନିଷ୍ପତ୍ତି ମନୋଜ ସିହ୍ନା(ଉପରାଜ୍ୟପାଳ) ପ୍ରଶାସନ ନେଇଛନ୍ତି ।

Share