ସୁରକ୍ଷିତ ରହିବ ସରକାରୀ ସମ୍ପତ୍ତି

ଅନୁଗୋଳ ଅଫିସ, ୭।୮ ଅନୁଗୋଳ ପୌରାଞ୍ଚଳରେ ଆଉ ଦେଖାଦେବନି ଜବରଦଖଲ ସମସ୍ୟା। ଏଠାରେ ଥିବା ସରକାରୀ ସମ୍ପତ୍ତି ଉନ୍ନୟନ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କୌଣସି ସ୍ଥାନକୁ କେହି ଅକ୍ତିଆର କରିବାକୁ ଉଦ୍ୟମ କରିବା ମାତ୍ରେ ତୁରନ୍ତ ଖବର ପହଞ୍ଚତ୍ବ ପୌରପାଳିକା ନିକଟରେ। ଏପରି କି ପ୍ରତି ମାସରେ ଡ୍ରୋନ୍‌ ମ୍ୟାପିଂ କରାଯାଇ ତାହାକୁ ମୂଳ ମ୍ୟାପ ସହ ମିଳାଇ ନିଆଯିବ। ଫଳରେ କୌଣସି ବାହୁବଳୀ କି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ, ତୁରନ୍ତ ତାହା ପୌର ପ୍ରଶାସନ ଜାଣିପାରି ଉଚ୍ଛେଦ କରିପାରିବ। ଆସନ୍ତା ଅକ୍ଟୋବର ୨ ତାରିଖରୁ ଅନୁଗୋଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଇଣ୍ଟେଲିଜେଣ୍ଟ ଲ୍ୟାଣ୍ଡ ଇନ୍‌ଫରମେଶନ୍‌ ସିଷ୍ଟମ୍‌ ବା ଇଏଲ୍‌ଆଇସି (ଇଲିସି) ଦ୍ୱାରା ଏହା ସମ୍ଭବ ହୋଇପାରିବ। ପୌରପାଳିକା ପକ୍ଷରୁ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି।
ଅନୁଗୋଳ ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଗୁରୁବାର ପୌର ପ୍ରଶାସକ ତଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୌରପାଳିକା ପକ୍ଷରୁ ଏକ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଏଥିରେ ସହରର ପ୍ରତି ଅଞ୍ଚଳର ତଥ୍ୟ ରହିବ। ପ୍ରତି ମାସରେ ସହରକୁ ଡ୍ରୋନ୍‌ ମ୍ୟାପିଂ କରାଯାଇ ଏହାର ତଥ୍ୟ, ଫଟୋକୁ କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯିବ। ସହରର କେଉଁ ସ୍ଥାନରେ କିଛି ପରିବର୍ତ୍ତନ ହୋଇଥିଲେ ତୁରନ୍ତ ତାହା ସଫ୍ଟଓ୍ବେର ମାଧ୍ୟମରେ ଧରାପଡ଼ିଯିବ। ସେହିପରି ସହରର ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଯିବ। ୨୦ ପୌର କର୍ମଚାରୀଙ୍କୁ ସାଟେ୍‌ଲାଇଟ ଫୋନ୍‌ ଦିଆଯିବ। ଏହି କାର୍ଯ୍ୟକ୍ରମରେ ପୌରପାଳିକା ୧୭ଟି ଲାଭ ପାଇବ। ସହରରେ ଥିବା ଖାଲିସ୍ଥାନ, ଜଳାଶୟ, ପରିମଳ ଭଳି ବ୍ୟବସ୍ଥାକୁ ପରଖା ଯାଇପାରିବ। କେଉଁ ଅଞ୍ଚଳରେ ପାଣି ଜମୁଛି, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି, ଜବରଦଖଲ କରାଯାଇଛି ତାହା ଜଣାପଡ଼ିବ। ସେହିପରି ସହରରେ ଥିବା କେମିକାଲ ଡିପୋ, ଖାଦ୍ୟ ଗୋଦାମ, ଲାବୋରେଟାରି ଆଦି ଉପରେ ନଜର ରଖାଯାଇପାରିବ। ଏଥିସହ ସହରର କେଉଁ ଘରୁ ରାଜସ୍ବ ଆଦାୟ ହେଉଛି, କେଉଁ ଅଞ୍ଚଳରୁ କେତେ ଅଳିଆ ସଂଗ୍ରହ କରାଯାଉଛି, ତାହାର ସମସ୍ତ ତଥ୍ୟ ଏହି ‘ଇଲିସି’ରେ ରହିବ। ପୌରାଞ୍ଚଳବାସୀ ଚାହିଁଲେ ଉକ୍ତ ତଥ୍ୟ ଇଲିସି ଆପ୍‌ କମ୍ବା ୱେବସାଇଟ୍‌ରୁ ପାଇପାରିବେ। ଏଥିରେ ଲୋକମାନେ ଅଭିଯୋଗ କରିବାର ସୁବିଧା ମଧ୍ୟ ରହିଛି। କୌଣସି ଅଭିଯୋଗ ଆସିବା ମାତ୍ରେ ବିଭିନ୍ନ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ସମାଧାନ କରିବେ। ବିଦ୍ୟୁତ୍‌, ପରିମଳ, ଟ୍ୟାକ୍ସ, ଏନ୍‌ଫୋର୍ସମେଣ୍ଟ, ରାଜସ୍ବ, ଇଞ୍ଜିନିୟରିଂ ବିଭାଗକୁ ଏଥିରେ ସାମିଲ କରାଯିବ। ଏହି କର୍ମଚାରୀମାନେ ସାଟେଲାଇଟ୍‌ ଫୋନ୍‌ ଧରି ସହରର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ସମସ୍ୟା ଥିଲେ ସୂଚନା ଦେବେ। ଘଟଣା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସହରାଞ୍ଚଳରେ ‘ଇଲିସି’ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସହର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବ। ଏ ନେଇ ଟେଣ୍ଡର ଡକାଯିବାର ବ୍ୟବସ୍ଥା ହେଉଛି। ଜିଲାପାଳଙ୍କ ନିକଟରେ ସହରର ମ୍ୟାପ୍‌ ଅନୁଧ୍ୟାନ କରାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।
ସୁବିଧା ପାଇବେ ସାଧାରଣ ଜନତା
ଅନୁଗୋଳ ସହରରେ ଇଣ୍ଟେଲିଜେଣ୍ଟ ଲ୍ୟାଣ୍ଡ୍‌ ଇନ୍‌ଫରମେଶନ୍‌ ସିଷ୍ଟମ୍‌ କାର୍ଯ୍ୟକାରୀ ହେବା ପରେ ଏହାର ସୁଫଳ ଜନସାଧାରଣଙ୍କୁ ମିଳିବ। ପୌରସଂସ୍ଥା ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବ। ସରକାରୀ ଜାଗା ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହଜ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ପ୍ରଶାସନର ରାଜସ୍ବ ବୃଦ୍ଧି ହେବ
ଅନୁଗୋଳ ପୌରପାଳିକାରେ ଇଲିସି କାର୍ଯ୍ୟକ୍ରମ ଆରମ୍ଭ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ସହରାଞ୍ଚଳରେ ଜବରଦଖଲ ସମସ୍ୟାରୁ ମୁକ୍ତି ମିଳିବ। ରାଜସ୍ବ ମଧ୍ୟ ବଢ଼ିବ। ସହର ସୀମାନ୍ତରେ ରହୁଥିବା ଲୋକଙ୍କ ସମସ୍ୟା ଦୂର ହେବ।
-ଧରଣୀଧର ନାଥ, ଅବସରପ୍ରାପ୍ତ ପ୍ରଶାସକ

ଲୋକାଭିମୁଖୀ ପଦକ୍ଷେପ
ଇଣ୍ଟେଲିଜେଣ୍ଟ ଲ୍ୟାଣ୍ଡ ଇନ୍‌ଫରମେଶନ୍‌ ସିଷ୍ଟମ୍‌ ଏକ ଲୋକାଭିମୁଖୀ ପଦକ୍ଷେପ। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ପ୍ରଶାସନ ନିକଟରେ ସମସ୍ତ ତଥ୍ୟ ରହିବ। ଜମି ଦଲାଲମାନେ ସାବାଡ୍‌ ହେବେ।ମୂଲ୍ୟବାନ ଜମି ସୁରକ୍ଷିତ ରହିବ।
– ପ୍ରଫେସର ଶାନ୍ତନୁ ସର, ଅବସରପ୍ରାପ୍ତ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri