Categories: ଜାତୀୟ

ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୫।୨: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ସରକାର କହିଛନ୍ତି ଯେ, ଦୁଇ ସମଲିଙ୍ଗୀ ଏକାଠି ରହିବା ଅବା ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ଭାରତୀୟ ପରିବାର ସହିତ ତୁଳନା କରାଯାଇ ପାରିବ ନାହିଁ। ପରିବାର କହିଲେ ଜଣେ ଜୈବିକ ପୁରୁଷ, ଜୈବିକ ମହିଳା ଏବଂ ସେମାନଙ୍କ ଶାରୀରିକ ସମ୍ପର୍କରୁ ସୃଷ୍ଟି ହୋଇଥିବା ସନ୍ତାନଙ୍କୁ ହିଁ ବୁଝାଏ। ଏପରି କରି ସରକାର ହିନ୍ଦୁ ବିବାହ ଏବଂ ସ୍ବତନ୍ତ୍ର ବିବାହ ଅନ୍ତର୍ଗତ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଦାଖଲ ହୋଇଥିବା ଆବେଦନ ବିରୋଧରେ ନିଜସ୍ବ ମତ ରଖିଛନ୍ତି।

Share