ପାଣି ଭିତରେ ପଶି ଯାଉଛନ୍ତି ସରକାରୀ ବାବୁ, ଲୋକେ ଗୁହାରି କରିବେ କାହାକୁ

ଧର୍ମଶାଳା,୨୧ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ ସମ୍ମୁଖରେ ପାଣି ଜମି ରହିଛି। ଯାହା ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଜାରକା ଅଞ୍ଚଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ତାହା କେତେଦୂର କାର୍ଯ୍ୟ କରୁଛି ତାହାର ଚିତ୍ର ୧୫ଦିନ ପୂର୍ବରୁ ବର୍ଷା ପରେ ପରେ ଶାନ୍ତିବଜାରଠାରୁ ବୁଦ୍ଧ ଛକ ପର୍ଯ୍ୟନ୍ତ ୨ଫୁଟ ଉଚ୍ଚ ପାଣି ଜମିରହିବା ପରେ ଦେଖିବାକୁ ମିଳିଥିଲା।

ସେହିପରି ବ୍ଲକର ମୁଖ୍ୟ ଗେଟ୍‌ ସମ୍ମୁଖରେ ପାଣି ଜମି ରହିବା ଘଟଣା ଚିନ୍ତାର ବିଷୟ ହୋଇଛି। ଖୋଦ୍‌ ସରକାରୀ ବାବୁମାନେ ପାଣି ମଧ୍ୟରେ ପଶି ଯାଉଥିବା ଦେଖିବାକୁ ମିଳିଛି। ଆଜି ରବିବାର ହୋଇ ଥିବାରୁ ବ୍ଲକ ମୁଖ୍ୟ ଫାଟକ ବନ୍ଦ ରହିଥିଲା କିନ୍ତୁ ଏହାର ପାର୍ଶ୍ୱରେ ଅନ୍ୟ ଏକ ଛୋଟ ଗେଟ୍‌ ରହିଛି ଯାହାଦ୍ୱାରା ଲୋକେ ଏହି ରାସ୍ତା ଦେଇ ପାଣିରେ ପଶି ଯାଉଥିବା ଦେଖିବାକୁ ମିଳିଥିଲା।

ସେହିପରି ଏହି ବ୍ଲକ ଅଧୀନରେ ୪୫ଟି ପଞ୍ଚାଯତ ରହିଛି। ପ୍ରତ୍ୟେକ ଦିନ ବୃଦ୍ଧାବୃଦ୍ଧଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଶହ ଶହ ଲୋକ ସେମାନଙ୍କ ସମସ୍ୟା ନେଇ ଆସିଥାନ୍ତି। କିନ୍ତୁ ବ୍ଲକର ନିଜ ସମସ୍ୟା ଦେଖି ସମାଧାନ କରିବା ପାଇଁ ପ୍ରଶାସନ ପାଖେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

ପରସ୍ପରକୁ ଅଣଦେଖା କଲେ ମୋଦି-ଟ୍ରମ୍ପ: ହାତ ମିଳାଇଲେ, ହେଲେ…

ପ୍ୟାରିସ୍‌,୧୭।୬: ଫ୍ରାନ୍ସର ଇଭିଆନଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ସ୍ବଳ୍ପ ବୈଠକ କରିଥିଲେ।…

ପାଠ୍ୟପୁସ୍ତକରେ ତ୍ରୁଟି: ୩ ଜଣିଆ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଦିଅ, ପରେ…

ଭୁବନେଶ୍ୱର,୧୭ା୬: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଉପହାର! ୫୦ହଜାର ଛାତ୍ରୀଙ୍କୁ ଫ୍ରିରେ ମିଳିବ ସ୍କୁଟି; ଜାଣନ୍ତୁ କେମିତି ମିଳିବ ଲାଭ

ଲକ୍ଷ୍ନୌ,୧୭।୬: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଆସୁଛି। ରାଜ୍ୟର ପ୍ରାୟ ୫୦ ହଜାର ମେଧାବୀ…

ବିଲ୍‌ଓଙ୍କ ଦାୟିତ୍ୱହୀନତା: SIRରୁ ବାଦ୍‌ ପଡ଼ିଲେ ବହୁ ଭୋଟର

ପୁରୁଷୋତ୍ତମପୁର,୧୭ା୬(ସବିତା ମିଶ୍ର): ସରକାର ଭୋଟର ତାଲିକାରେ ସ୍ବଚ୍ଛତା ଆଣିବା ସହ ଠିକ୍‌ସମୟରେ ନୂତନ ଭୋଟରଙ୍କ ନାମ ଯୋଡ଼ିବା ଓ ମୃତ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା…

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

ସମସ୍ତଙ୍କ ଆଗରେ ମେଲୋନିଙ୍କୁ କିସ୍‌ କରୁଥିଲେ ଜେଲେନସ୍କି, ଆଉ ତା’ ପରେ… ଭାଇରାଲ ଭିଡିଓକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା!

ନୂଆଦିଲ୍ଲୀ,୧୭।୬: ଫ୍ରାନ୍ସର ଡୋଭିଲ-ଲେ-ବ୍ୟାନ୍ସ (Deauville-les-Bains) ସହରରେ ଜି-୭ (G7) ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଜି-୭ ସମୂହରେ ବିଶ୍ୱର ସାତଟି ପ୍ରମୁଖ ଅର୍ଥବ୍ୟବସ୍ଥା ଏକାଠି ଅଛନ୍ତି, ଯେଉଁଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri