ବନ୍ୟ ଘୋଡାଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କଲେ ଏହି ଦେଶର ସରକାର…

କାନବେରା,୩୦।୧୦ : ଦୁଇ ଦଶନ୍ଧି ପୂର୍ବରୁ ନିଷିଦ୍ଧ ହୋଇଥିବା ବନ୍ୟ ଘୋଡାମାନଙ୍କୁ ହତ୍ୟା କରିବାର ବିବାଦୀୟ ଅଭ୍ୟାସକୁ ଅଷ୍ଟ୍ରେଲିଆ ସରକାର ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ନ୍ୟୁ ସାଉଥ ୱେଲ୍ସର କୋସିସିସ୍କୋ ଜାତୀୟ ଉଦ୍ୟାନରେ ବାୟୁସେନା ଦ୍ୱାରା ବନ୍ୟ ଘୋଡାମାନଙ୍କୁ ଗୁଳି କରି ମାରିବା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମୋଦନ ଦେଇଛି। ଦେଶର ବନ୍ୟଜନ୍ତୁ ଏବଂ ଇକୋସିଷ୍ଟମର ସୁରକ୍ଷା ପାଇଁ ଏହା କରିବା ଆବଶ୍ୟକ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।

୨୦୨୭ ସୁଦ୍ଧା ବନ୍ୟ ଘୋଡାଙ୍କର ସଂଖ୍ୟାକୁ ୩୦୦୦ରେ ସୀମିତ ରଖିବାକୁ ପ୍ରଶାସନ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛି।
କୋସିୟୁସକୋ ଜାତୀୟ ଉଦ୍ୟାନରେ ପ୍ରାୟ ୧୯,୦୦୦ବଣୁଆ ଘୋଡା ବାସ କରନ୍ତି। ସ୍ଥାନୀୟ ଭାବରେ ସେମାନେ ବ୍ରମ୍ବି ଭାବରେ ଜଣାଶୁଣା। ନ୍ୟୁ ସାଉଥ ୱେଲ୍ସର ପରିବେଶ ମନ୍ତ୍ରୀ ପେନି ଶାର୍ପ ଏହି ପ୍ରସଙ୍ଗରେ କହିଛନ୍ତି ବଣୁଆ ଘୋଡାଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଥର ପଦକ୍ଷେପ ନିଆଯାଇଛି। ବନ୍ୟ ଘୋଡା ସଂଖ୍ୟା ବୃଦ୍ଧି ଯୋଗୁ ବିଲୁପ୍ତ ହେବାକୁ ଥିବା ଦେଶୀ ପ୍ରଜାତି ଲୋପ ହେବାର ଆଶଙ୍କା ରହିଛି।

୨୦୦୦ରେ, ୬୦୦ ରୁ ଅଧିକ ବନ୍ୟ ଘୋଡାଙ୍କୁ ଆକାଶ ମାର୍ଗରୁ ଗୁଳି କରି ହତ୍ୟା କରାଯାଇଥିଲା।ଏହି କାର୍ଯ୍ୟ ପରେ ସର୍ବସାଧାରଣ ସମାଲୋଚନା ଆରମ୍ଭ ହୋଇଥିଲା ଏବଂ ଏହି ପ୍ରକାର କାର୍ଯ୍ୟକୁ ନିଷେଧ କରାଯାଇଥିଲା ।
ପରିବେଶ ମନ୍ତ୍ରୀ ପେନି ଶାର୍ପ ଆହୁରି କହିଛନ୍ତି ଏହି ସବୁ ସମସ୍ୟା ଯୋଗୁଁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ନ୍ୟୁ ସାଉଥ ୱେଲ୍ସରେ ବନ୍ୟ ଘୋଡା ସଂଖ୍ୟା ପ୍ରତିବର୍ଷ ୧୫ ରୁ ୧୮ ପ୍ରତିଶତ ବୃଦ୍ଧି ପାଉଛି। ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି।

Share