ଗଞ୍ଜାମ ଜିଲାକୁ “ଭୂମି ସମ୍ମାନ”ରେ ସମ୍ମାନିତ କଲେ ଭାରତ ସରକାର

ଛତ୍ରପୁର, ୧୮।୭(ସନ୍ତୋଷ ପାଢ଼ୀ )- ଭୂମି ସମ୍ମାନରେ ଜାତୀୟ ସ୍ତରରେ ସମ୍ମାନିତ ହେଲା ଗଞ୍ଜାମ ଜିଲା। ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ” ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର” ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୭୫ ଜିଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । ଜିଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।