Categories: ଫୁରସତ

ସରକାରୀ ଚାକିରି-ପ୍ରେମ ବିବାହର ସୂଚନା ଦିଏ ଜନ୍ମ ତାରିଖ…

ଯୁବବର୍ଗଙ୍କ ମଧ୍ୟରେ ବିବାହ ଏବଂ ସରକାରୀ ଚାକିରି ନେଇ ଆଗ୍ରହ ରହିଥାଏ । ଭବିଷ୍ୟତରେ ସରକାରୀ ଚାକିରୀ ହେବ କି ନାହିଁ ସେ ନେଇ ସେମାନଙ୍କର ଜିଜ୍ଞାଷା ରହିଥାଏ। ସେହିପରି ପ୍ରେମ ବିବାହ ହେବ ନା ଆରେଞ୍ଜ ହେବ ସେନେଇ ମନରେ ଉତ୍ସୁକତା ରହିଥାଏ । ପ୍ରେମ ବିବାହ କରିବେ ଅବା ସରକାରୀ ଚାକିରି ସମ୍ପର୍କରେ ଜନ୍ମ ତାରିଖରୁ ହିଁ ଜଣାପଡ଼ିଥାଏ ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଥାନ୍ତି। ୩,୧୨,୨୧,୩୦ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରେମ ବିବାହରେ ସଫଳତା ହାସଲ କରିଥାନ୍ତି। ଜୀବନରେ ସେମାନଙ୍କ ଲାଗି ପ୍ରେମ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଭଳି ବ୍ୟକ୍ତି ସରକାରୀ ଚାକିରି କ୍ଷେତ୍ରରେ ପଛୁଆ ରହିଥାନ୍ତି। ୬, ୧୫, ୨୪ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରେମ ବିବାହରେ ସଫଳ ରହିଥାନ୍ତି । ସେମାନଙ୍କ ଜୀବନରେ ଏକାଧିକ ପ୍ରେମ ସମ୍ପର୍କର ସମ୍ଭାବନା ରହିଥାଏ । ଏଭଳି ବ୍ୟକ୍ତିଙ୍କ ଜୀବନରେ ଚାକିରି କ୍ଷେତ୍ରରେ ବହୁ ବାଧା ଦେଖାଦେଇଥାଏ। ୧,୧୦,୧୯,୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସାଧାରଣତଃ ଲାଜକୁଳା ସ୍ବଭାବର ହୋଇଥାନ୍ତି। ସେମାନେ ନିଜର ପ୍ରେମକୁ ପ୍ରକାଶ କରିବାରେ କୁଣ୍ଠାବୋଧ କରନ୍ତି ଫଳରେ ପ୍ରେମ ବିବାହ କ୍ଷେତ୍ରରେ ଏଭଳି ବ୍ୟକ୍ତିଙ୍କୁ କମ୍‌ ସଫଳତା ମିଳିବାର ସମ୍ଭାବନା ଥାଏ। ୨,୧୧, ୨୦, ୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଝି ବିଚାରି ସମସ୍ତ କାର୍ଯ୍ୟ କରନ୍ତି। ପ୍ରେମ ପ୍ରତି ଅନୁରାଗ ସୃଷ୍ଟି ହେଲେ ତାହା ସଫଳ କରିବାକୁ ସେମାନେ ପ୍ରୟାସ କରନ୍ତି । ଏଭଳି ବ୍ୟକ୍ତି ସରକାରୀ ଚାକିରିରେ ସଫଳ ରହିଥାନ୍ତି। କେତେକ ଉଚ୍ଚ ସରକାରୀ ପଦରେ ରହିଥାନ୍ତି। ୪,୧୩, ୨୨, ୩୧ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ପ୍ରେମ ପାଇଁ ସମୟ ନ ଥାଏ । ସେମାନେ ପ୍ରେମ ଅପେକ୍ଷା ଜୀବନରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥାନ୍ତି। ଭଲ ଚାକିରି ଏବଂ ସାମାଜିକ ପ୍ରତିଷ୍ଠା ଲାଗି ସେମାନଙ୍କର ଝୁଙ୍କ ଥାଏ। ୫, ୧୪, ୨୩ ତାରିଖରେ ଜନ୍ମିତ ବ୍ୟକ୍ତି ଜନ୍ମିତ ବ୍ୟକ୍ତି ଆରେଞ୍ଜ ମ୍ୟାରେଜକୁ ପସନ୍ଦ କରନ୍ତି। ଏଭଳି ବ୍ୟକ୍ତି ଉଚ୍ଚ ପଦପଦବୀରେ ରହିବାର ସମ୍ଭାବନା ରହିଥାଏ। ସେହିପରି ୮,୧୭, ୨୬ ତଥା ୯, ୧୮, ୨୭ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପ୍ରେମବିବାହ ପଥରେ ବହୁ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏଭଳି ବ୍ୟକ୍ତି ସରକାରୀ ଚାକିରି କଲେ ମଧ୍ୟ ସେମାନଙ୍କର ବିବାହ ବିଳମ୍ବରେ ହେବାର ସମ୍ଭାବନା ଥାଏ।

Share