ପ୍ରତିଶ୍ରୁତି ରଖିବାକୁ ଚେଷ୍ଟା କରୁଛନ୍ତି ସରକାର

ପାରଳାଖେମୁଣ୍ଡି,୧୨।୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାର ସେହି କାଳରାତ୍ରିକୁ ବିତିଛି ଚାରି ବର୍ଷ। ଏବେ ବି ଶିହରଣ ହୋଇଉଠେ ପ୍ରକୋପର କରାଳ ରୂପକୁ ସ୍ମରଣ କଲେ। ଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଥିବା ପଥର ଗୁମ୍ଫା ସହ ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ। ପରେ ପ୍ରଶାସନ ପହଞ୍ଚି ବାହାର କରିଥିଲା ମୃତଦେହ। ମୁଖ୍ୟମନ୍ତ୍ରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ଘଟଣାସ୍ଥଳରେ ପହଞ୍ଚତ୍ ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କରିଥିଲେ।
ବାତ୍ୟା ପୂର୍ବାଭାସ ସତର୍କତା ସତ୍ତ୍ବେ ପ୍ରକୃତିର ପ୍ରକୋପ ଆଗରେ ସେଦିନ ହାରମାନିଥିଲା ସରକାରଙ୍କ ଜିରୋ କାଜୁଆଲିଟିର ପ୍ରୟାସ। ଘଟଣା କିଛି ଏମିତି ଥିଲା, ୨୦୧୮ ଅକ୍ଟୋବର ୧୦ରେ ତିତ୍‌ଲି ଗଜପତି ଜିଲାରେ ତାଣ୍ଡବ ରଚିଥିଲା। ଦେଖୁ ଦେଖୁ କେଇ ଘଣ୍ଟାରେ ସବୁ ଛାରଖାର କରିଦେଇଥିଲା, ରାତିତମାମ ପବନ ସାଙ୍ଗକୁ ଲଗାଣ ବର୍ଷା ହେବାରୁ ସମତଳ ଆଉ ସହରିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା। ଯୁଆଡେ ଦେଖିଲେ ଉପୁଡି ପଡ଼ିଥିଲା ବଡ ବଡ ଗଛ, ବିଦ୍ୟୁତ୍‌ ଖୁଣ୍ଟ ା ସବୁଆଡେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସକାଳୁ ସକାଳୁ ସହର ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟାରେ ସହର ତଳି ଅଞ୍ଚଳରେ ଘରେ ପାଣି ପଶିଯିବାରୁ ଫସି ରହିଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ରାୟଗଡ଼ା ବ୍ଲକ ଗଙ୍ଗାବାଡ ପଞ୍ଚାୟତର ପାହାଡ ଧସି ଏକାଧିକ ଲୋକଙ୍କ ଜୀବନ ଯାଇଥିଲା, ସରକାରଙ୍କ ଜିରୋ କାଜୁଆଲିଟି ମିଶନ ସଫଳ ହୋଇଥିବା ଘୋଷଣା ସରିଥିଲା, ମାତ୍ର ପାହାଡ ଧସି ଏକାଧିକ ଲୋକଙ୍କ ମୃତ୍ୟୁଖବର ରାଜ୍ୟରେ ଚହଳ ପକାଇଥିଲା। ପରବର୍ତ୍ତୀ ସମୟରେ ପାହାଡ ଉପରେ ବସବାସ କରୁଥିବା ଆଦିବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ସାତୋଟି ସ୍ଥାନରେ ୬୦୦ ପରିବାରକୁ ଥଇଥାନ ପାଇଁ ଆରମ୍ଭ ହେଲା ଗୃହ ନିର୍ମାଣ କାର୍ଯ୍ୟ। ଅଧିକାଂଶ ପରିବାର ସ୍ଥାନାନ୍ତର ହୋଇଥିବା ବେଳେ କିଛି ଆନୁଷଙ୍ଗିକ ବ୍ୟବସ୍ଥା ଏବେ ବି ବାକି ରହିଛି। ଜୀବନ ଜୀବିକା ସହ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନର ବ୍ୟବସ୍ଥା ସ୍ବାଭାବିକ ହୋଇଛି। ତଥାପି ନୂତନ ଭାବରେ ନିର୍ମିତ ହୋଇଥିବା ଗ୍ରାମକୁ ପକ୍କା ସଡ଼କ ଓ ବିଦ୍ୟାଳୟର ବ୍ୟବସ୍ଥା ହୋଇପାରି ନାହିଁ। କେତେଜ ଗ୍ରାମବାସୀ ଜୀବିକା ସହ ଜଡ଼ିତ ଥିବାରୁ ପୂର୍ଣ୍ଣମାତ୍ରାରେ ସ୍ଥାନାନ୍ତର ହୋଇ ପାରିନାହାନ୍ତି। ଜୀବିକା ନିର୍ବାହ ପାଇଁ ଚାଷ ଜମି ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ସେମାନେ ଅନୁରୋଧ କରିଥିବା ବେଳେ ତାହା ଏ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ନାହିଁ। ତେବେ ଜିଲାରେ ଏହିପରି ଅନେକ ଗାଁ ପର୍ବତ ଶିଖରରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ବର୍ଷା, ବାତ୍ୟା ଭଳି ବିପଦ ସୂଚନା ଜାରିହେଲେ ସେମାନଙ୍କୁ ବାରମ୍ବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri