ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର : ମନମୋହନ

ସମ୍ବଲପୁର,୧ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣା ପାଇଁ ସରକାର ଦାୟୀ । ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଦାୟୀ। ତେଣୁ ନିଜ ଭୁଲ୍‌କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରନ୍ତୁ । ଏହା ନ କରି ଓଲଟା ଜନସାଧାରଣଙ୍କୁ ହଇରାଣ କରିବା ଭଳି ପଦକ୍ଷେପ ନିଆଯାଉଛି। ଗୋଇନ୍ଦା ବିଭାଗ ପୂର୍ବରୁ ଦଙ୍ଗା ହୋଇପାରେ ବୋଲି ସୂଚନା ଦେଇଥିଲା। ଏ ନେଇ ଗୃହ ବିଭାଗ, ସ୍ଥାନୀୟ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ଗୋଇନ୍ଦା ରିପୋର୍ଟକୁ ଗୁରୁତ୍ୱ ଦିଆଗଲା ନାହିଁ, ତେଣୁ ଏଭଳି ଘଟଣା ଘଟିଗଲା। ସ୍ଥାନୀୟ ଝାଡୁଆପଡା ଯୁବ ଉଦୟନ କ୍ଲବ ପରିସରରେ ରବିବାର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହା କହିଛନ୍ତି ।
ସେ ଆହୁରି କହିଥିଲେ ଯେ, କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ଓ ଘଟଣା ପାଇଁ କିଏ ଦାୟୀ ତା’ର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ । ତେଣୁ ସିବିଆଇ ତଦନ୍ତ କରୁ । ପୂର୍ବରୁ ପୋଲିସ ସ୍ବୀକାର କରିଛି ଯେ, ଏହି ଘଟଣା ପାଇଁ ପୂର୍ବ ପ୍ରସ୍ତୁତି ରହିଥିଲା। ତେଣୁ ରାଜ୍ୟ ସରକାର ନିଜ ଭୁଲ୍‌କୁ ମାନି କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଲା ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଫଳରେ ସାଧାରଣ ଲୋକ ଘଟଣା ସମ୍ପର୍କରେ ସବୁ ଜାଣିପାରିବେ। ଜନସାଧାରଣ ଏହାର ସମୀକ୍ଷା କରିବା ସହ ବିଚାର କରିବେ । ସରକାର ଗୋଟିଏ ଭୁଲ୍‌ ପାଇଁ ଏକାଧିକ ଭୁଲ୍‌ କରି ଚାଲିଛନ୍ତି । ଏପ୍ରିଲ ୫ ତାରିଖରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ମଧ୍ୟ ରାମନବମୀ ଓ ହନୁମାନ ଜୟନ୍ତୀରେ ହିଂସା ହେବା ନେଇ ସତର୍କ କରାଯାଇଥିଲା । ହେଲେ ଗୁରୁତ୍ୱ ଦିଆଗଲା ନାହିଁ । ପୂର୍ବ ବର୍ଷ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା  । ଏହାସତ୍ତ୍ୱେ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଜିଲାରେ ସିଆର୍‌ପିଏଫ୍‌ ବାଟାଲିୟନ ଅଛନ୍ତି । ଏହାସହ ଅନ୍ୟ କେନ୍ଦ୍ରୀୟ ପୋଲିସ ବାହିନୀକୁ ଏହି ସମୟରେ ଜିଲାରେ ନିୟୋଜିତ କରାଯାଇ ପାରିଥାନ୍ତା । ଏହା କରାଗଲା ନାହିଁ । ଏହାସହ ଜିଲାରେ ପୋଲିସ ମୁଖିଆଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଏଭଳି ଘଟଣା ଘଟିଛି। ଭାଜପାର ୪ ଜଣିଆ ସଂସଦୀୟ ଟିମ୍‌ ଆସିବେ। ଆସନ୍ତା ୨ ତାରିଖରେ ହିଂସା ଘଟଣାରେ ମୃତକ ପରିବାର, ଆହତ ପରିବାରକୁ ଭେଟିବେ । ତାଙ୍କ ଗାଁ ଲୋକଙ୍କ ସହିତ ଆଲୋଚନା କରିବେ। ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ବୈଠକ କରି ରିପୋର୍ଟ ସଂଗ୍ରହ କରିବେ । ସରକାର କେତେ ଦିନ ପୀଡ଼ିତ ଓ ମୃତକ ପରିବାରକୁ ଲୁଚାଇ ରଖିବେ । ବାରମ୍ବାର ଭୁଲ୍‌ କରି ଚାଲିଥିଲେ, ତାହା ସମସ୍ୟା ହେବ । ସାଧାରଣ ଲୋକ, ନେତାମାନେ ଘଟଣାସ୍ଥଳ ବୁଲି ଦେଖିଲେ ହିଂସା ପ୍ରଶମିତ ହୋଇପାରିବ। ହିଂସା ପାଇଁ ମୃତକ ଚନ୍ଦ୍ରକାନ୍ତ ମିର୍ଦ୍ଧାଙ୍କ ମୃତଦେହ ରାତିଅଧିଆ ସତ୍କାର କରାଗଲା, ଯାହା ତାଙ୍କ ପରମ୍ପରା ବାହାରେ । ସତ କେବେ ଲୁଚି ରହିବ ନାହିଁ ବୋଲି ସାମଲ କହିଥିଲେ। ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଆଜି ୧୦୦ ଏପିସୋଡ୍‌ରେ ପହଞ୍ଚିଛି । ସଂସ୍କୃତି, ପରମ୍ପରା, ଦେଶ ଓ ଇତିହାସ ସମ୍ପର୍କରେ ନିୟମିତ ଭାବେ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି  । କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଛି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?