ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର : ମନମୋହନ

ସମ୍ବଲପୁର,୧ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣା ପାଇଁ ସରକାର ଦାୟୀ । ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଦାୟୀ। ତେଣୁ ନିଜ ଭୁଲ୍‌କୁ ମୁଖ୍ୟମନ୍ତ୍ରୀ ସ୍ବୀକାର କରନ୍ତୁ । ଏହା ନ କରି ଓଲଟା ଜନସାଧାରଣଙ୍କୁ ହଇରାଣ କରିବା ଭଳି ପଦକ୍ଷେପ ନିଆଯାଉଛି। ଗୋଇନ୍ଦା ବିଭାଗ ପୂର୍ବରୁ ଦଙ୍ଗା ହୋଇପାରେ ବୋଲି ସୂଚନା ଦେଇଥିଲା। ଏ ନେଇ ଗୃହ ବିଭାଗ, ସ୍ଥାନୀୟ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ଗୋଇନ୍ଦା ରିପୋର୍ଟକୁ ଗୁରୁତ୍ୱ ଦିଆଗଲା ନାହିଁ, ତେଣୁ ଏଭଳି ଘଟଣା ଘଟିଗଲା। ସ୍ଥାନୀୟ ଝାଡୁଆପଡା ଯୁବ ଉଦୟନ କ୍ଲବ ପରିସରରେ ରବିବାର ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହା କହିଛନ୍ତି ।
ସେ ଆହୁରି କହିଥିଲେ ଯେ, କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ଓ ଘଟଣା ପାଇଁ କିଏ ଦାୟୀ ତା’ର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ । ତେଣୁ ସିବିଆଇ ତଦନ୍ତ କରୁ । ପୂର୍ବରୁ ପୋଲିସ ସ୍ବୀକାର କରିଛି ଯେ, ଏହି ଘଟଣା ପାଇଁ ପୂର୍ବ ପ୍ରସ୍ତୁତି ରହିଥିଲା। ତେଣୁ ରାଜ୍ୟ ସରକାର ନିଜ ଭୁଲ୍‌କୁ ମାନି କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଲା ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଫଳରେ ସାଧାରଣ ଲୋକ ଘଟଣା ସମ୍ପର୍କରେ ସବୁ ଜାଣିପାରିବେ। ଜନସାଧାରଣ ଏହାର ସମୀକ୍ଷା କରିବା ସହ ବିଚାର କରିବେ । ସରକାର ଗୋଟିଏ ଭୁଲ୍‌ ପାଇଁ ଏକାଧିକ ଭୁଲ୍‌ କରି ଚାଲିଛନ୍ତି । ଏପ୍ରିଲ ୫ ତାରିଖରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ମଧ୍ୟ ରାମନବମୀ ଓ ହନୁମାନ ଜୟନ୍ତୀରେ ହିଂସା ହେବା ନେଇ ସତର୍କ କରାଯାଇଥିଲା । ହେଲେ ଗୁରୁତ୍ୱ ଦିଆଗଲା ନାହିଁ । ପୂର୍ବ ବର୍ଷ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା  । ଏହାସତ୍ତ୍ୱେ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଜିଲାରେ ସିଆର୍‌ପିଏଫ୍‌ ବାଟାଲିୟନ ଅଛନ୍ତି । ଏହାସହ ଅନ୍ୟ କେନ୍ଦ୍ରୀୟ ପୋଲିସ ବାହିନୀକୁ ଏହି ସମୟରେ ଜିଲାରେ ନିୟୋଜିତ କରାଯାଇ ପାରିଥାନ୍ତା । ଏହା କରାଗଲା ନାହିଁ । ଏହାସହ ଜିଲାରେ ପୋଲିସ ମୁଖିଆଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଏଭଳି ଘଟଣା ଘଟିଛି। ଭାଜପାର ୪ ଜଣିଆ ସଂସଦୀୟ ଟିମ୍‌ ଆସିବେ। ଆସନ୍ତା ୨ ତାରିଖରେ ହିଂସା ଘଟଣାରେ ମୃତକ ପରିବାର, ଆହତ ପରିବାରକୁ ଭେଟିବେ । ତାଙ୍କ ଗାଁ ଲୋକଙ୍କ ସହିତ ଆଲୋଚନା କରିବେ। ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ବୈଠକ କରି ରିପୋର୍ଟ ସଂଗ୍ରହ କରିବେ । ସରକାର କେତେ ଦିନ ପୀଡ଼ିତ ଓ ମୃତକ ପରିବାରକୁ ଲୁଚାଇ ରଖିବେ । ବାରମ୍ବାର ଭୁଲ୍‌ କରି ଚାଲିଥିଲେ, ତାହା ସମସ୍ୟା ହେବ । ସାଧାରଣ ଲୋକ, ନେତାମାନେ ଘଟଣାସ୍ଥଳ ବୁଲି ଦେଖିଲେ ହିଂସା ପ୍ରଶମିତ ହୋଇପାରିବ। ହିଂସା ପାଇଁ ମୃତକ ଚନ୍ଦ୍ରକାନ୍ତ ମିର୍ଦ୍ଧାଙ୍କ ମୃତଦେହ ରାତିଅଧିଆ ସତ୍କାର କରାଗଲା, ଯାହା ତାଙ୍କ ପରମ୍ପରା ବାହାରେ । ସତ କେବେ ଲୁଚି ରହିବ ନାହିଁ ବୋଲି ସାମଲ କହିଥିଲେ। ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଆଜି ୧୦୦ ଏପିସୋଡ୍‌ରେ ପହଞ୍ଚିଛି । ସଂସ୍କୃତି, ପରମ୍ପରା, ଦେଶ ଓ ଇତିହାସ ସମ୍ପର୍କରେ ନିୟମିତ ଭାବେ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି  । କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଛି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri