Posted inଜାତୀୟ

ଇନ୍ଧନ ମୂଲ୍ୟ ଅଧିକ ରଖି ଲାଭବାନ ହେଉଛନ୍ତି ସରକାର: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଦେଶରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ନେି କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଇନ୍ଧନ ଉପରେ ଅଧିକ ଟିକସ ଦେଇ ଲୋକଙ୍କ ଖର୍ଚ୍ଚ ବୃଦ୍ଧି କରି ଭାଜପା ସରକାର ଲାଭବାନ ହେଉଥିବା ଅଭିଯୋଗ କରିଛନ୍ତି। ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଅନ୍ୟତମ କାରଣ ହେଉଛି ପେଟ୍ରୋଲ ଏବଂ ଡିଜେଲର କୃତ୍ରିମ ମୂଲ୍ୟ ବୃଦ୍ଧି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସରକାରଙ୍କୁ କଡ଼ା ସମାଲୋଚନା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଇଂଲିଶ ଖବରକାଗଜ ସମ୍ପାଦକୀୟ ପଢ଼ିବାକୁ ଅନୁରୋଧ କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି ୟୁପିଏ ଏବଂ ଏନଡିଏ ସରକାରଙ୍କ ସମୟରେ ୨୦୧୦ ରୁ ୨୦୧୪ମଧ୍ୟରେ ପେଟ୍ରୋଲ ଦର ନିୟନ୍ତ୍ରଣ କରାଯାଇଛି। ତେବେ ସେପ୍ଟେମ୍ବର ୨୦୧୪ଠାରୁ ନିୟନ୍ତ୍ରଣ ସଂସ୍କାର ଅଟକି ରହିଛି ।

ରିପୋର୍ଟରେ ଦର୍ଶାଯାଇଛି ୨୦୧୪ ରୁ ୨୦୨୧ ମଧ୍ୟରେ ଅଶୋଧିତ କୈଳ ମୂଲ୍ୟ ୬୦ ଡଲାରରୁ କମ ଥିଲା। ଯେତେବେଳେ ଫେବୃଆରୀ ୨୦୨୨ ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ ଏହାହ ଅଧିକ ଥିଲା। ତେବେ ପୁନର୍ବାର ଏହା ୭୫ ଡଲାରକୁ ଖସି ଆସିଥିଲା। ତଥାପି, ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଅଶୋଧିତ ତୈଳ ମୂଲ୍ୟର ଲାଭ ସରକାର ଦେଇ ନାହାଁନ୍ତି।

ସାଧାରଣ ଲୋକଙ୍କ ମୂଲ୍ୟରେ ସରକାର ଅଧିକ ଟିକସ ଏବଂ ସେସ ମାଧ୍ୟମରେ ଲାଭବାନ ହେଉଛନ୍ତି। ସରକାର ଲୋକଙ୍କୁ ମିଛ କହି ଠକିବାରେ ଲାଗିଛନ୍ତି ବୋଲି ଚିଦାମ୍ବରମ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri